ପୁରୀ, ୨୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମଙ୍ଗଳବାରଦିନଠାରୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ର ଖାତା ଦେଖା ପୁରୀ ଶିକ୍ଷା ଜିଲାର ୩ ଟି କେନ୍ଦ୍ର ରେ ସକାଳ ୧୦ ଟା ଠାରୁ ଆରମ୍ଭ ହୋଇଛି। ସରକାରୀ ବାଳିକା ବିଦ୍ୟାଳୟ ପୁରୀ, ବିଶ୍ୱମ୍ବର ବିଦ୍ୟାପୀଠ ଓ ନିମାପଡା ହାଇସ୍କୁଲ ରେ ପରୀକ୍ଷା ଖାତାଦେଖା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୪ ଟି ବିଷୟରେ ଖାତା ଦେଖା ଆରମ୍ଭ ହୋଇଛି। ଏହି ୩ ଟି କେନ୍ଦ୍ର ରେ ୩୪୭ ଜଣ ପରୀକ୍ଷକ ନିଯୁକ୍ତ ହୋଇ ଦିନ ୧୦ ଟା ଠାରୁ ୩ ଟା ପର୍ଯ୍ୟନ୍ତ ଖାତା ଦେଖା କରୁଛନ୍ତି।ପ୍ରତ୍ୟେକ ଖାତାଦେଖା କେନ୍ଦ୍ର କୁ ପରୀକ୍ଷୀକ ମାନେ ପ୍ରବେଶ କରିବା ପରେ ସେମାନଙ୍କର ଥର୍ମାଲ ସ୍କିନିଙ୍ଗ କରିବା ସହ ସାନିଟାଇଜରରେ ହାତ ଧୋଇବା ପାଇଁ ଦିଆଯାଉଛି। ଖାତା ଦେଖା କେନ୍ଦ୍ର ଗୁଡିକ ମଧ୍ୟ ସାନିଟାଇଜେସନ କରିବା ସହ ସାମାଜିକ ଦୂରତା ସହ ଖାତା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।