Home ଜିଲ୍ଲା ପରିକ୍ରମା ପୁରଣାବଜାରରେ ଇସଲାମିକ୍ ନବବର୍ଷ ସମାରୋହ

ପୁରଣାବଜାରରେ ଇସଲାମିକ୍ ନବବର୍ଷ ସମାରୋହ

42

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସଲାମ୍ ଧର୍ମରେ ଚନ୍ଦ୍ର ଗଣନାକୁ ଆଧାର କରି ପର୍ବ ପାଳନ କରାଯାଇଥାଏ । ଗତକାଲି ସଂଧ୍ୟାରେ ଚନ୍ଦ୍ରକୁ ଦେଖି ଆଜି ନବବର୍ଷ ପର୍ବ ପାଳନ କରାଯାଇଥିଲା । ଏହାକୁ ମହରମ ପର୍ବ କୁହାଯାଏ । ଚନ୍ଦ୍ରଗଣନା ଠାରୁ ୧୦ ଦିନ ଯାଏ ମହରମ ପର୍ବ ପାଳିତ ହୋଇଥାଏ । ପ୍ରଥମ ଦିନ ଇସ୍‌ଲାମିକ୍ ନବବର୍ଷ ରୂପେ ଏବଂ ଶେଷ ଦଶ ଦିନକୁ (ୟମେ-ଅସୂରା) ପର୍ବ କୁହାଯାଇଥାଏ । ଯାହାକୁ ବିଶ୍ୱରେ ‘ୟାଦେଁ ଏମାମ୍ ହେସେନ୍‌’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ଶେଷ ନବୀ ପ୍ରଫେଟ ମହମ୍ମଦ୍‌ଙ୍କ ନାତି ‘ହଜରତ ଏମାମ୍ ହୋସେନ୍‌’ କରବଲା ମଇଦାନରେ ଶହିଦ ହୋଇଥିଲେ । ଏହି ପର୍ବ ସାରା ବିଶ୍ୱରେ ପାଳନ ହୋଇଥାଏ । ଏହି ୟାଦେଁ ଏମାମ୍ ହୋସେନ୍ ପର୍ବ ୧୪୪୩ ହିଜରୀ ବର୍ଷ ରୂପେ ପୁରୁଣା ବଜାରସ୍ଥିତ ଜାମା ମସଜିଦ୍ ଛକରେ ଖ୍ୱାଜା ଗରିବ ନୱାଜ୍ କମିଟି ଆନୁକୂଲ୍ୟରେ ଇସ୍‌ଲାମିକ୍ ନବବର୍ଷ ୧୪୪୪୩ ବର୍ଷ ପାଳନ କରାଯାଇଥିଲା । ଏହି ନବବର୍ଷରେ ମୁଶାଏରା ଆୟୋଜନ କରାଯାଇଥିଲା ଏବଂ କେକ୍ କଟାଯିବା ସହ କ୍ଷୀରି ଭୋଗ ହୋଇ ବଣ୍ଟନ କରାଯାଇଥିଲା । ଆଜିଠାରୁ ୧୦ ଦିନ ବ୍ୟପୀ ପ୍ରତ୍ୟେକ ଗାଁରେ ଏବଂ ଛକରେ ସର୍ବତ ବଣ୍ଟନ କରାଯାଇଥାଏ । ଏହି ଇସଲାମିକ୍ ନବବର୍ଷ ମୁଶାଏରାରେ ମଦ୍ରାସାର ଶିକ୍ଷକ କାରୀ ସାହେବ ମହମବତୀ ଲଗାଇ ଶୁଭାରମ୍ଭ କରିଥିଲେ । ଏବଂ ଖ୍ୱାଜା ଗରିବ ନୱାଜ କମିଟିର ଉପସଭାପତି ଶେଖ ଅନୱାର, ସଂପାଦକ କଲିମୁଦ୍ଦିନ ଖାଁ, ମିନହଜ୍ କାଦ୍ରୀ, ଶେଖ ସୁଲ୍ଲୋ ପ୍ରମୁ୍‌ଖ ଉପସ୍ଥିତ ଥିଲେ । ଅନୁଷ୍ଠିତ ମୁଶାଏରାରେ ଭଦ୍ରରକ ସୁ ପ୍ରସିଦ୍ଧ କବି ମୁସ୍ତକ ଗୌହର, ଖେଶ ଜୁଲଫୁକାର, ଶେଖ ଅହେସାନ, ଇମାମୁଲ ଖାଁ, ସାହାବାଜ ଖାଁ, ଶେଖ ରାଜନ ପ୍ରମୁଖ ହଜରତ ଏମାମ ହୋସନଙ୍କ ନିତୀବାଣୀ ଉପରେ କବିତା ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.