Home ଜିଲ୍ଲା ପରିକ୍ରମା ପୁଣି ୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୨୭୪

ପୁଣି ୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୨୭୪

44

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ପୁଣି ନୂତନ ଆକ୍ରାନ୍ତ ୧୨ ଜଣ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୨୭୪ରେ ପହଞ୍ଚିଛି । ଆଜି ଆଉ ୩ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହା ପରେ ଜିଲ୍ଳାର ସ୍ଥିତି ମୋଟ ନମୁନା ପରୀକ୍ଷା ୧୦ହଜାର ୫୪୭, ମୋଟ ଆକ୍ରାନ୍ତ ୨୭୪, ସୁସ୍ଥ ୨୩୧, ଆକ୍ଟିଭ ୪୩ । ଆକ୍ରାନ୍ତମାନେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ବ୍ରହ୍ମପୁର, ସମ୍ ହସ୍‌ପିଟାଲ, କଟକ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟର ଓ ଲୋକାଲ କେଶ୍ ରହିଛନ୍ତି । ଚିହ୍ନଟମାନେ ପୁରୁଣାବଜାର ନାରାୟଣ ଚନ୍ଦ୍ର ହାଇସ୍କୁଲ ଟିଏମ୍‌ସି, ପୌରପାଳିକାର ୧୭ ନଂ ୱାର୍ଡ ୟୁସୁଫ୍‌ପୁର, ୱାର୍ଡ ନଂ ୨ ବରାଳପୋଖରୀ, ପୁରୁଣାବଜାର ଡି.ଏନ. ଗାର୍ଲସ୍ ହାଇସ୍କୁଲ, ଛଡାକ ମହଲା, ବାଗୁରାଇ, ନୂଆପୋଖରୀ ଗ୍ରାମର । ବାସୁଦେବପୁର ବ୍ଲକର ମାଟିପକା ହାଇସ୍କୁଲ, ଚୁଡାମଣି ଗ୍ରାମର । ଭଦ୍ରକ ବ୍ଲକର ସାବରଂଗ ଗ୍ରାମ ଏବଂ ଧାମନଗର ଏନ୍‌ଏସିରୁ ବାହାରିଛନ୍ତି । ଜିଲ୍ଳାପାଳ ଡ. ଜ୍ଞାନ ଦାସ ଭଦ୍ରକ ପୌରପାଳିକାର ୨୭ ନଂ ୱାର୍ଡ ଓ ଏନ୍‌.ସି. ହାଇସ୍କୁଲ, ଡି.ଏନ୍‌. ବାଳିକା ଉଚ୍ଚ ବିଦ୍ୟାଳୟ, ୧୭ ନଂ ୱାର୍ଡ ଓ ୟୁସୁପ୍‌ପୁର ଗ୍ରାମ, ୨ନଂ ୱାର୍ଡ ଓ ବରାଳପୋଖରୀ ଏବଂ ନୂଆପୋଖରୀ ଗ୍ରାମ, ୨୨ ନଂ ୱାର୍ଡ ଓ ଛଡାକ ମହଲା , ୮ ନଂ ୱାର୍ଡ ଓ ବାଗୁରାଇ ଗ୍ରାମକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଥିବା ବେଳେ ୨୭, ୨୨, ୩, ୨୧, ୯ ନମ୍ବର ୱାର୍ଡକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି । ସେହିଭଳି ଭଦ୍ରକ ବ୍ଲକର ସାବରଙ୍ଗ ଗ୍ରାମ କଣ୍ଟେନମେଣ୍ଟ ଓ ସାବରଙ୍ଗ ପଞ୍ଚାୟତ ବଫରଜୋନ । ବାସୁଦେବପୁର ବ୍ଲକର ମାଟିପକା ହାଇସ୍କୁଲ, ଚୁଡାମଣି ଗ୍ରାମ କଣ୍ଟେନମେଣ୍ଟଜୋନ ଏବଂ ଲକ୍ଷ୍ମୀଦାସପୁର ପଞ୍ଚାୟତ ଓ ଚୁଡାମଣି ପଞ୍ଚାୟତ ବଫରଜୋନ । ଧାମନଗର ଏନ୍‌ଏସିରେ ୱାର୍ଡ ନଂ ୧୦ କଣ୍ଟେନମେଣ୍ଟଜୋନ, ୱାର୍ଡ ନଂ ୯ ବଫରଜୋନ ଭାବେ କଟକଣା ଅନ୍ତର୍ଭୁକ୍ତ ହୋଇଛି । ଅନ୍ୟପକ୍ଷରେ ଭଦ୍ରକ ବ୍ଲକର କାଉପୁର ନୋଡାଲ ସ୍କୁଲ ଏବଂ ଧାମନଗର ଏନ୍‌ଏସିର ଧାମନଗର ହାଇସ୍କୁଲରୁ କଣ୍ଟେନମେଣ୍ଟ, କାଉପୁର ପଞ୍ଚାୟତରୁ ବଫରଜୋନ କଟକଣା ପ୍ରତ୍ୟାହୃତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.