Home ଜିଲ୍ଲା ପରିକ୍ରମା ପୁଣି ବିବାଦରେ ଭଦ୍ରକ ବସ ସିଣ୍ଡିକେଟ୍ ନିର୍ବାଚନ, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଧାରରେ ଦୁଇ ମାଲିକ...

ପୁଣି ବିବାଦରେ ଭଦ୍ରକ ବସ ସିଣ୍ଡିକେଟ୍ ନିର୍ବାଚନ, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଧାରରେ ଦୁଇ ମାଲିକ ଗୋଷ୍ଠି ମୁହାଁ ମୁହିଁ

32

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବସ ସିଣ୍ଡିକେଟକୁ ବିବାଦ ପିଛା ଛାଡ଼ୁନି । ସିଣ୍ଡିକେଟର ମାଲିକ ଗୋଷ୍ଠି ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିବାବେଳେ, କର୍ମକର୍ତ୍ତା ନିର୍ବାଚନକୁ ନେଇ କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ପରିସ୍ଥିତି ଏପରି ହୋଇଛି ଯେ ପ୍ରଶାସନିକ ହସ୍ତକ୍ଷେପ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବିବାଦ ଥମିବାର ନାମ ନେଉ ନାହିଁ । ଗୋଟିଏ ଗୋଷ୍ଠି ପୂର୍ବାହ୍ନ ୧୧ଟା ବେଳେ ବସ ସିଣ୍ଡିକେଟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ ହୋଇଛି ବୋଲି କହିଥିବାବେଳେ, ଅନ୍ୟ ଏକ ଗୋଷ୍ଠି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ହେବ ଓ ଚଳିତ ମାସ ୧୬ ତାରିଖରୁ ୨୬ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି । ତେବେ ବସ ସିଣ୍ଡିକେଟ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୋଟିଏ ମାଲିକ ଗୋଷ୍ଠିର ବରିଷ୍ଠ ସଦସ୍ୟ ଗଗନ ବିହାରୀ ରାଉତ, ଦିଲ୍ଲୀପ ନାୟକ, ଶ୍ୟାମସୁନ୍ଦର ନାୟକ, ସୋମନାଥ ସାହୁ, ଦିଲ୍ଲୀପ ମହାନାୟକ ପ୍ରମୁଖ ସୂଚନା ଦେଇ କହିଛନ୍ତିଯେ ଉଚ୍ଚ ନ୍ୟାୟାଳୟ ସଂଶୋଧିତ ବାଇ-ଲ ନିୟମ ଅନୁଯାୟୀ କର୍ମକର୍ତ୍ତା ନିର୍ବାଚନ କରିବାକୁ ରାୟ ଶୁଣାଇଥିଲେ । ସେହି ଅନୁଯାୟୀ ମୋଟ ୧୨୨ ସଦସ୍ୟଙ୍କ ମଧ୍ୟରୁ ୭୦ରୁ ଉର୍ଦ୍ଧ୍ୱ ସଦସ୍ୟ ସଭ୍ୟ ଉପସ୍ଥିତ ରହି ସଭାପତିଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କ ମନେନେୟନ କରିଥିବା କହିଛନ୍ତି । ଶ୍ରୀ ରାଉତଙ୍କ କହିବାନୁଯାୟୀ ଭଦ୍ରକ ବସ ସିଣ୍ଡିକେଟ ସହରର ଏକ ପୁରାତନ ବ୍ୟବସାୟିକ ସଂଗଠନ । ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହତ । କିନ୍ତୁ ଦାୟିତ୍ୱରେ ଥିବା କେତେକ ପୂର୍ବତନ କର୍ମକର୍ତ୍ତାଙ୍କ ଅନ୍ୟାୟ, ଅନିତୀ, ପ୍ରିୀୟାପ୍ରିତୀପେ।।ଷଣ, ସ୍ୱାର୍ଥ ସମ୍ବଳିତ କାର୍ଯ୍ୟ ପାିଁ ଅନୁଷ୍ଠାନ ରସାତଳଗାମୀ ହୋଇଛି । ବସ ମାଲିକମାନଙ୍କର ସାଧାରଣ ଅର୍ଥର ଦୁରୁପଯୋଗ, ଆତ୍ମସାତ, ଓ ବ୍ୟାପକ ହେରଫେର ସହିତ ପଦବୀ ଲାଳସା ଏବଂ ମାଲିକମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ବିବାଦ ସଅଷ୍ଟି ହେବା ସହ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା ।

ସିଣ୍ଡିକେଟର ସଂଶୋଧିତ ବାଇ-ଲ ଅନୁଯାୟୀ ଏକ ସାଧାରଣ ବୈଂକ ଡକାଯାଇ ଅର୍ଦ୍ଧାଧିକ ସଭ୍ୟଙ୍କ ଉପସ୍ଥିତିରେ ସହମତ ଭିତ୍ତରେ ଏକ ତିନି କିମ୍ବା ୫ଜଣିଆ ଚୟନ କମିଟି ଗଠନ କରାଯାଇ ମନୋନୟନ କିମ୍ବା ନିର୍ବାଚନ କରିବାକୁ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ମନୋନୀତ ହୋଇଥିବା ସଭାପତିଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କ ନାମ ପ୍ରାକ୍ତନ ସମ୍ପାଦକ ତଥା ଏବେ ମନୋନୀତ ସାଧାରଣ ସମ୍ପାଦକ ଶ୍ରୀ ନାୟକ ଘୋଷଣା କରିଥିଲେ । ଅପରପକ୍ଷେ ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ଏକ କଲ୍ୟାଣମଣ୍ଡପରେ ଆଉ ଏକ ବସ ମାଲିକ ଗୋଷ୍ଠି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ପ୍ରାକ୍ତନ ସିଣ୍ଡିକେଟ ସଭାପତି ରାଧାକିଶୋର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ପଟ୍ଟନାୟକ ସୂଚନା ଦେଇ କହିଥିଲେଯେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଆମେ ସମ୍ମାନ ଦେଇ ଆସିଛୁ । ସିଣ୍ଡିକେଟର ନିର୍ବାଚନ ସଂଶୋଧିତ ବାଇ-ଲ ଅନୁଯାୟୀ କରାଯିବ । ଉକ୍ତ ନିର୍ବାଚନକୁ ମୁକ୍ତ ଅବାଧ ସହିତ ଆଇନ ଶୃଙ୍ଖଳାର ରକ୍ଷା ପାଇଁ କୋର୍ଟ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରାକ୍ତନ ସଭାପତି ଶ୍ରୀ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଧାରଣ ପରିଷଦ ବୈଠକ ଗତ ମାସ ୨୦ ତାରିଖ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୨୯ ସଦସ୍ୟଙ୍କ ମଧ୍ୟରୁ ୭୫ଜଣ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ୩ଜଣ ବସ ମାଲିକଙ୍କୁ ନେଇ ଏକ ନିର୍ବାଚନ କମିଟି ଗଠନ ସହିତ ନିର୍ବାଚନକୁ ମୁକ୍ତ ଅବାଧ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୬ ତାରିଖ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ଓ ୨ଦିନ ଧରି ମନୋନୟନ ପତ୍ର ଦାଖଲ ପରେ ୧୮ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୬ ତାରିଖ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଇତିମଧ୍ୟରେ କେତେକ ମାଲିକ ନିଜର ସ୍ୱାର୍ଥ ସାଧନ ପାଇଁ ନିର୍ବାଚନ ନକରାଇ ସମସ୍ତ ମାଲିକଙ୍କ ଅଗୋଚରରେ କର୍ମକର୍ତ୍ତା ହୋଇଛନ୍ତି ବୋଲି ଘୋଷଣା କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ ଓ ନ୍ୟାୟାଳୟଙ୍କ ଆଦେଶ ବିରୋଧରେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ସମ୍ପାଦକ ହେମନ୍ତ ପାଢ଼ୀ, ଶ୍ରୀନିବାସ ପତି, କୈଳାସ ସାହୁଙ୍କ ସମେତ ବହୁ ବସ ମାଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.