Home ଜିଲ୍ଲା ପରିକ୍ରମା ପୁଣି ବସିଲା କଙ୍ଗାରୁ କୋର୍ଟ! : ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ପରେ ଏକ ଲକ୍ଷ...

ପୁଣି ବସିଲା କଙ୍ଗାରୁ କୋର୍ଟ! : ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ପରେ ଏକ ଲକ୍ଷ ଜରିମାନା

133

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣି ବସିଲା କଙ୍ଗାରୁ କୋର୍ଟ । ଏହା ପୁଣି କୈାଣସି ଉପାନ୍ତ ଅଂଚଳ ନୁହେଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନ କଷିଆ ସାମୁଦ୍ରୀକ ଥାନା ଅଧିନ ସାନକୃଷ୍ନପୁର ଗ୍ରାମ ପଂଚାୟତର ଷାଠିଏଚେନ ଗାଁ ଘଟଣା । ଆଜି ପୁଣି ଥରେ ସରକାରଙ୍କ ଆଇନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ , ବାଣ୍ଠିଆ ମଣ୍ଡଳ(୬୦) ନିଜ ଧାନଚାଷ ଜମିରେ କାମ କରୁଥିବା ବେଳେ ମୁଣ୍ଡଫଟା ଖରାରେ ଶୋଷ ଲାଗିବାରୁ ପଡୋଶୀ ଘରକୁ ପାଣି ପିଇବାକୁ ଯାଇଥିଲେ । ପଡୋଶୀ ଘରେ ଥିବା ନାବାଳିକା ଝିଅକୁ ପିଇବା ପାଇଁ ପାଣି ମାଗିଥିଲେ । ପାଣି ପିଇବା ପରେ ନିଜ ଧାନଚାଷ ଜମିକୁ ଆସି ପୁଣି କାମ କରିବା ସହ ପରେ ଘରକୁ ଫେରିଥିଲେ । ମାତ୍ର ଆସିଥିଲା ଗୁରୁତର ଅଭିଯୋଗ ! ଘରେ କେହି ନଥିବା ବେଳେ ନାବାଳିକା ଝିଅକୁ ଟଣା ଓଟରା କରିଥିବା ଅଭିଯୋଗ । ବସିଲା କଙ୍ଗାରୁ କୋର୍ଟ । ଏହି କୋର୍ଟରେ ପୁର୍ବ ଯୋଜନା ମୁତାବକ ବାଣ୍ଠିଆକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ପରେ ଟଣା ଓଟରା ଅଭିଯୋଗରେ ଏକଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ସୂଚନାଦିଆଯାଇପାରେ, ବାଣ୍ଠିଆ ର ମାଆଙ୍କ ଦେହାନ୍ତ ହେବାର ୪ଦିନ ହୋଇଥିଲେହେଁ ଏପରି ମାନସିକତା ଅଥବା ଏପ୍ରକାରର ଅଭିଯୋଗର କେତେ ପରିମାଣରେ ସତ୍ୟତା ରହିଛି ତାହା ତଦନ୍ତ ସାପେକ୍ଷ । ଅପରପକ୍ଷରେ ଏହି ଘଟଣା ପରେ ପିଡୀତା ଜଣକ ଆଇନର ଦ୍ୱାରସ୍ଥ ନହୋଇ କଙ୍ଗାରୁ କୋର୍ଟ ବସିଥିଲା କାହିଁକି ? ନା ପ୍ରଚ୍ଛଦପଟରେ ପଟରେ ରହିଛି ଆକ୍ରୋଶମୁଳକ ମନୋଭାବ । ମହିଳା ସୁରକ୍ଷା ଆଇନ ଓ ମାନବାଧିକାର ଆଇନର ଉଲଂଘନ କରିଛି କିଏ ? ଏନେଇ ଏବେ ଖବର ପାଇବା ପରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ତନାଘନା ଚାଲିଥିବା ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.