Home ଜିଲ୍ଲା ପରିକ୍ରମା ପୁଣି ପୁରୁଣାବଜାର ଅଞ୍ଚଳରେ ନକଲି ଜର୍ଦ୍ଦା ଠାବ

ପୁଣି ପୁରୁଣାବଜାର ଅଞ୍ଚଳରେ ନକଲି ଜର୍ଦ୍ଦା ଠାବ

27

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁଣି ପୁରୁଣାବଜାର ଅଂଚଳରେ ନକଲି ଜର୍ଦ୍ଦା ଠାବ ହୋଇଛି । ନକଲି ଜର୍ଦ୍ଦା ସହିତ ମେସିନ ଓ ଜର୍ଦ୍ଦା ସାମଗ୍ରୀକୁ ଜବତ କଲା ପୁରୁଣାବଜାର ପୁଲିସ୍ । ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ପୁରୁଣାବଜାର ଥାନାର ଆଇଆଇସିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଧନାଶୁଣି ଦାସସାହି ଅଂଚଳରେ ସନ୍ତୋଷ ଦାସଙ୍କ ନାମକ ବ୍ୟକ୍ତି ଘରେ ଚଢାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିବା ସହ ନକଲି ଜର୍ଦ୍ଦା ତିଆରି କରୁଥିବା ସାମଗ୍ରୀ, ମେସିନ୍ ସମେତ ବିଭିନ୍ନ ବ୍ରାଣ୍ଡର ନକଲି ଜର୍ଦ୍ଦା, ଡବା, କେମିକାଲକୁ ଜବତ କରିଛି ପୁରୁଣାବଜାର ପୁଲିସ୍ । ଜବତ ହୋଇଥିବା ଏହି ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୭ ରୁ ୮ ଲକ୍ଷ ହେବା ନେଇ ପୁଲିସ୍ ସୂଚନା ଦେଇଛି । ଏହି ନକଲି ଜର୍ଦ୍ଦା କାରବାର କରୁଥିବା ଘଟଣାର ପୁରୁଣାବଜାର ପୁଲିସ୍ ଏକ କେଶ୍ ରୁଜୁ କରିବା ସହ ସନ୍ତୋଷ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବାବେଳେ ଆଉ ଜଣେ ଫେରାର ହୋଇଯାଇଛି । ତାକୁ ଶୀଘ୍ର ଗିରଫ କରାଯିବା ନେଇ ପୁଲିସ୍ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.