ପୁରୀ,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ଗତକାଲି ବିଳମ୍ବିତ ରାତିରେ ପିପିଲି ଓଭର ବ୍ରିଜ ନିକଟରେ ପୁରୀ ପୁଲିିସ ପୁଣି ଥରେ ଏନକାଉଣ୍ଟଟର କରିଛି । ଫଳରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥି ପ୍ରଧାନ ଏଥିରେ ଆହତ ହୋଇଛି । ଏନକାଉଣ୍ଟଟରରେ ତାର ବାାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ କଟକ ବଡ଼ମେଡ଼ିକାଲ ଭର୍ତ୍ତି କରାଯାଇଛି । ତେବେ ଭାଗୀରଥି ନାଁ ରେ ଏକାଧିକ ସଙ୍ଗୀନ ମାମଲା ରହିଛି ଓ ପୁରୀ ପୋଲିସର ଓ୍ୱାଣ୍ଟେଡ୍ ତାଲିକାରେ ରହିଥିଲା ଭାଗୀରଥୀୀ ।
ତେବେ ପିପିଲି ନିକଟରେ ଭାଗୀରଥୀ ଥିବା ନେଇ ପୋଲିସ ଖବର ପାଇବା ପରେ ସ୍ପେଶାଲ ଟିମ ଚଢ଼ାଉ କରିଥିଲା । ତେବେ ଭାଗୀରଥୀ ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚଳାଇଥିଲା। ତେବେ ପୋଲିସ ଭାଗୀରଥୀକୁ କାବୁ କରିବାକୁ ଯାଇ ଏନକାଉଣ୍ଟଟର କରିଛି ।