ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ବିଦ୍ୟାଳୟ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକ ମରାମତି ଓ ଭିତ୍ତିଭୂମିର ବିକାଶ ପାଇଁ ୫ଟି ଯୋଜନାରେ ସବୁ ବିଭିନ୍ନ ବିଦ୍ୟାଳୟକୁ ଟଙ୍କା ଦେଇ କାମ କରାଯାଉଥିବାବେଳେ ଧାମନଗର ବ୍ଲକ୍ର କରଦା ପଂଚାୟତ ପିସି ହାଇସ୍କୁଲର ନିକଟରେ ୫ଟି ଯୋଜନାରେ ପ୍ରାୟ ୪୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ତାହା ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟରେ ପୂର୍ବରୁ ଅନ୍ୟ ଯୋଜନାରେ ଉକ୍ତ ବିଦ୍ୟାଳୟକୁ ଲକ୍ଷାଧିକ ଟଙ୍କା ଦିଆଯାଇ କାର୍ଯ୍ୟ କରାଯାଇଥିବା ବେଳେ ପୁଣି ୫ଟି ଯୋଜନାରେ ଉକ୍ତ ବିଦ୍ୟାଳୟରେ ଉନ୍ନତିକରଣ ପାଇଁ ଏବେ ପୁଣି କାମ ଚାଲିଛି । ବିଦ୍ୟାଳୟରେ ନିମ୍ନମାନର ଟାଇଲ୍ ପକାଯାଇଥିବାବେଳେ କାମ ନସରିବା ପୂର୍ବରୁ ଟାଇଲି ଗୁଡିକ ଫାଟିବା ଆରମ୍ଭ କରିଛି । ଏପରିକି ସିଙ୍ଗିଲି ଟାଇଲ୍ରେ କାମ କରାଯାଇଛି । ପ୍ଲାଷ୍ଟର କାମ ହୋଇଥିବା ବେଳେ ସେଥିରେ ପାଣି ମଧ୍ୟ ଦିଆଯାଉନାହିଁ ।
ତେବେ ବିଦ୍ୟାଳୟରେ ଏପରି କାମର ସ୍ଥାୟୀତ୍ୱ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏ ସଂପର୍କରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା କୁହନ୍ତି କାମ ସଂପର୍କରେ ବାରମ୍ବାର କହିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଏ ଦିଗରେ ଆମ୍ଭେ ଉଚ୍ଚ ଅଧିକାରୀଙ୍କୁ ଜଣାଇବୁ ବୋଲି ଶ୍ରୀ ପଣ୍ଡା କହିଥିଲେ । ଏ ଦିଗରେ କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ପଣ୍ଡା କୁହନ୍ତି ଫଟା ଟାଇଲି ବାହାର କରାଯାଇ ସାନି କାମ୍ ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ । ତେବେ ସରକାରଙ୍କ ଯେଉଁ ଚିନ୍ତାଧାରା ବିଦ୍ୟାଳୟକୁ ଏକ ନୂଆ ରୂପରେ ଏବଂ ଭିତ୍ତିଭୂମୀ ସୁଦୃଢ ଓ ଛାତ୍ରଛ୍ରାୀ ସରକାରୀ ବିଦ୍ୟାଳୟକୁ ଆସିବା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି । ମାତ୍ର ନିମ୍ନମାନର କାମ ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଘଟଣାର ତଦନ୍ତ କରାଯିବା ସହ ଯେପରି ଭଲ କାମ ହେବ ସେଦିଗରେ କନିଷ୍ଟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ବିଡିଓ ବନବିହାରୀ ଡିଣ୍ଡା କହିଛନ୍ତି ।








