Home ଜିଲ୍ଲା ପରିକ୍ରମା ପିସିସି ସଭାପତି ଓ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ଭବ୍ୟ ସ୍ୱାଗତ

ପିସିସି ସଭାପତି ଓ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ଭବ୍ୟ ସ୍ୱାଗତ

15

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ଧାମରା ଗସ୍ତ ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକଠାରେ ଜିଲ୍ଲା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ଭବ୍ୟ ସ୍ୱାଗତ କରାଯାଇଛି । ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତା, ସମର୍ଥକ ଦୁଇ ରାଜ୍ୟ ସ୍ତରୀୟ ନେତୃତ୍ୱଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ଉତ୍ସବରେ ଜିଲ୍ଲା ଯୁବ କଂଗ୍ରେସ ଉପଭାପତି ବଳାରାମ ରାଉତ (ଚିଲିକା), ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ୍ ଅଲୀ ଖାଁ, ବିଧାନସଭା ନଗର କଂଗ୍ରେସ ସଭାପତି ସୁଶାନ୍ତ ଦାସ, ପୂର୍ବତନ ସରପଞ୍ଚ ଶଶିକାନ୍ତ ଦାସ, ଛାତ୍ର କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ସାହାବାଜ୍ ଖାଁ, ଆଶିଷ ନାୟକ, ଅମିୟ ନାୟକ ଆଦି ନେତୃବୃନ୍ଦ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.