Home କୋରାପୁଟ ପିକଅପ ଓଲଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ଶବ ବ୍ୟବଚ୍ଛେଦ ପରେ ପରିବାରକୁ...

ପିକଅପ ଓଲଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

47

କୋରାପୁଟ ୦୧-୦୨(ଓଡିଆ ପୁଅ /ରଂଜନ ଦାସ) ରବିବାର ରାତିରେ  ଓଡିଶା-ଛତିଶଗଡ ସୀମା କୋଟପାଡ ଥାନା  ମୂର୍ତାହାଣ୍ଡି-ସିନ୍ଧିଗାଁ  ରାସ୍ତାରେ ପିକଅପ ଭ୍ୟାନ ଓଲଟିବା ଘଟଣାରେ  ୧୧ଜଣଙ୍କ  ମୃତ୍ୟୁ  ହୋଇଥିବା ସୁଚନା ମିଳିଥିବା ବେଳେ  ଶବ ବ୍ୟବଚ୍ଛେଦ କରାଯାଇ  ମୃତକ ମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତକମାନେ  ଛତିଶଗଡ ବସ୍ତର ଜିଲା  ନଗରନାର ଥାନା କଲଚା ଗ୍ରାମର ଲକ୍ଷ୍ମୀ କାଶ୍ୟପ(୫୦),ନୀଲା ବାଘେଲ(୩୦),ପଦ୍ମା ଦେଓଦାସ ବାଘେଲ(୪୦),ସୁକୁମତି କାଶ୍ୟପ(୪୨), ଲକ୍ଷ୍ମୀ କାଶ୍ୟପ(୫୫),କମଳା କାଶ୍ୟପ(୫୫),ପାରୋ କାଶ୍ୟପ(୪୫),ଫୁଲ ବାଘେଲ(୩୦) ଓ ନୀଲା ବାଘେଲ(୪୯ ।  ଆହତ  ମାନଙ୍କୁ  ଜଗଦଲପୁର ସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଛି । ସୂଚନା ଥାଉକି କଲଚା ଗ୍ରାମର  ୩୦ଜଣ  ଲୋକ ସିଜି-୧୭କେୟୁ ୪୬୨୩  ନମ୍ବର ଭ୍ୟାନରେ କୋଟପାଡ ଥାନା ମୂର୍ତାହାଣ୍ଡିକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ । ଦଶାହ କାର୍ଯ୍ୟରେ ଯୋଗ ଦେଇ ରାତିରେ ଫେରିବାବେଳେ ମୂର୍ତାହାଣ୍ଡି-ଆମ୍ବଗାଁ  ମଝିରେ ସିନ୍ଧିଗାଁ  ନିକଟରେ  ଭ୍ୟାନ ଭାରସାମ୍ୟ ହରାଇ  ରାସ୍ତା କଡ ଖାଲକୁ ଖସି ପଡିଥିଲା । ଫଳରେ ଘଟଣା ସ୍ଥଳରେ ୭  ଓ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ  କନ୍ଦ୍ରେରେ ୨ଜଣଙ୍କ  ମୃତ୍ୟୁ ହୋଇଥିବାବେଳେ  ବିଳମ୍ବିତ ରାତିରେ ଜଗଦଲପୁରରେ ଚିକିତ୍ସିତ ହେଉଥିବା ୨ ଜଣ  ମୋଟ ୧୧ଜଣଙ୍କ  ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ  କୋଟପାଡ ପୋଲିସ ଓ ଅଗ୍ନୀଶମ ବିଭାଗ କର୍ମଚାରୀ  ଘଟଣା ସ୍ଥଳରେ ପହଂଚି  ଉଦ୍ଧାର କାର୍ଯ୍ୟ  ଆରମ୍ଭ କରିଥିଲେ ।  ଆହତ ମାନଙ୍କୁ  କୋଟପାଡ  ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରରେ  ଚିକିତ୍ସା  କରା ଯାଉଥିବାବେଳେ ଗୁରୁତର ଥିବା ୪ଜଣକୁ ଜଗଦଲପୁର ମେଡିକାଲ କଲେଜଓ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା ।କୋଟପାଡ ବିଧାୟିକା ତଥା ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ,  ଜୟପୁର ଉପ-ଜିଲାପାଳ ହେମକାନ୍ତ ସାଏ,ବୋରିଗୁମ୍ମା ଏସଡିପିଓ ହରେକୃଷ୍ନ ମାଝି, କୋଟପାଡ ବିଡିଓ ଦାଶରଥି ସରାବୁ,ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇ,କୋଟପାଡ ଥାନା ଅଧିକାରୀ ୟୁ.ମାଝି ପ୍ରମୁଖ  ଉପସ୍ଥିତ ରହି  ଆହତମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଥିଲେ ।  ସୋମବାର ପୂର୍ବାହ୍ନ୍ନରେ  ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି,କୋରାପୁଟ ଏସପି ବରୁଣ ଗୁଣ୍ଠୁୁପାଲି,ଜଗଦଲପୁର ବିଧାୟକ ଆର.ଜୈନ .ବସ୍ତର ଏସପି ଦୀପକ ଝା ପ୍ରମୁଖ ପହଂଚି ଗଭାର ଦୁଃଖ ପ୍ରକାଶ କରିବା ସହ ସମସ୍ତେ ଉପସ୍ଥିତ ରହି  କୋଟପାଡ ହସ୍ପିଟାଲରେ ଥିବା ୯ଜଣ ମହିଳାଙ୍କ  ମୃତଦେହର  ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଫେରାର ଥିବା ଡ୍ରାଇଭରକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି ଗୁଣ୍ଠୁପାଲି ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.