– ଏହି ଯୋଜନା କେବଳ ଋଣ ଯୋଗାଣ ନୁହେଁ ବରଂ ସେମାନଙ୍କ ସାମଗ୍ରିକ ବିକାଶ ଓ ଆର୍ଥିକ ପ୍ରଗତିରେ ସହାୟକ ହେବ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ଗୃହନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପିଏମ-ସ୍ୱନିଧି ଯୋଜନାର ସମୀକ୍ଷା କରିଛନ୍ତି।
ଏହି ସମୀକ୍ଷା ବୈଠକରେ ସୂଚନା ପ୍ରଦାନ କରାଯାଇଛି ଯେ, ଆବେଦନକାରୀଙ୍କ ଠାରୁ ମୋଟ ୨.୬ ଲକ୍ଷ ଆବେଦନପତ୍ର ମିଳିଛି ଏବଂ ସେଥିମଧ୍ୟରୁ ୬୪ ହଜାର ଆବେଦନକାରୀଙ୍କୁ ଋଣ ମଂଜୁର କରାଯାଇସାରିଛି ଏବଂ ୫, ୫୦୦ରୁ ଅଧିକଙ୍କୁ ଏହି ଅର୍ଥ ପ୍ରଦାନ ସରିଛି। ଏହି ଯୋଜନାର ପ୍ରଗତିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ଉଭୟ ପକ୍ଷଙ୍କୁ ସୁବିଧା ହେଲା ଭଳି ଆଇଟି ସଲ୍ୟୁସନ୍ଏବଂ ଏକ ୱେବ୍ପୋର୍ଟାଲ ଓ ମୋବାଇଲ୍ ଆପ୍ଜରିଆରେ ଏହାକୁ ପ୍ରବର୍ତ୍ତନ ଓ ନିୟନ୍ତ୍ରଣ କରାଯାଉଛି ଯାହା ଫଳରେ ସ୍ୱଚ୍ଛତା, ଉତ୍ତର ଦାୟିତ୍ୱ ଏବଂ ବେଗକୁ ସୁନିଶ୍ଚିତ କରାଯାଇପାରୁଛି।
ପ୍ରଧାନମନ୍ତ୍ରୀ କହିଲେ ଯେ ଗୃହନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଂପୂର୍ଣ୍ଣ ଆଇଟି ସଲ୍ୟୁସନ ଏବଂ ମୋବାଇଲ୍ଆପ୍ଲିକେଶନ ସହ କାର୍ଯ୍ୟ କରୁଛି ଏବଂ ନିରବଚ୍ଛିନ୍ନ ଭାବେ ଏହି ଯୋଜନାକୁ ପ୍ରବର୍ତ୍ତନ କରୁଛି। ଏହି ଯୋଜନା କେବଳ ଉଭୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଡିଜିଟାଲ କାରବାରକୁ ବଢ଼ାଇବା ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ରାସ୍ତାକଡ଼ର ବୁଲା ବିକାଳୀମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଏହା ସେମାନଙ୍କର ସକଳ ପ୍ରକାର ବ୍ୟବସାୟିକ କାର୍ଯ୍ୟ ପାଇଁ ପ୍ରଯୁଜ୍ୟ ହେବ। ସେମାନେ କଞ୍ଚାମାଲ କ୍ରୟ କରିବା ଠାରୁ ନେଇ ସେମାନଙ୍କର ଦ୍ରବ୍ୟ ବିକ୍ରୟ କରିବା ନିମନ୍ତେ ସବୁ କାର୍ଯ୍ୟ ଡିଜିଟାଲ ଭାବେ କରାଯିବ। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବା ସହ ତାଲିମ ପ୍ରଦାନ କରାଯିବ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ତାହା ସେମାନଙ୍କର କ୍ରେଡ଼ିଟ୍ପ୍ରୋଫାଇଲ୍କୁ ବୃଦ୍ଧି କରିବ ଏବଂ ବୁଲା ବିକାଳୀମାନେ ଭବିଷ୍ୟତରେ ସେମାନଙ୍କର ଆର୍ଥିକ ଚାହିଦା ପୂରଣ କରିପାରିବେ।
ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଯୋଜନାକୁ କେବଳ ଋଣ ପ୍ରଦାନ ବ୍ୟବସ୍ଥାର ସଂପ୍ରସାରଣ ବୋଲି ହେତୁ କରାଯିବା ଅନୁଚିତ। ବରଂ ତାହା ସେମାନଙ୍କର ଆଉଟରିଚ୍କୁ ବ୍ୟାପକ କରିବ ଏବଂ ସେମାନଙ୍କର ସାମଗ୍ରିକ ଆର୍ଥିକ ବିକାଶ ପାଇଁ ସହାୟକ ହେବ। ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ ପୂର୍ବକ ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ସଂପର୍କରେ ମଧ୍ୟ ସରକାର ଜାଣିପାରିବେ ଓ ଏହାଦ୍ୱାରା ସେମାନଙ୍କ ଉନ୍ନତି ପାଇଁ ଅନ୍ୟାନ୍ୟ ନୀତି ନିୟମ ପ୍ରଣୟନ କରାଯାଇପାରିବ। ଏଭଳି ଡାଟା ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟଙ୍କ ପାଇଁ ମଧ୍ୟ ଉପକାରରେ ଆସିବ ଯାହାକି ଅନ୍ୟାନ୍ୟ ଯୋଜନା ପ୍ରବର୍ତ୍ତନ ଦିଗରେ ମଧ୍ୟ ସହାୟକ ହେବ। ସେଥି ମଧ୍ୟରେ ପିଏମଏୱାଇ-ୟୁ, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମିଳୁଥିବା ରନ୍ଧନ ଗ୍ୟାସ ଯୋଗାଣ, ସୌଭାଗ୍ୟ ଯୋଜନା ଅଧୀନରେ ମିଳୁଥିବା ବିଜୁଳି, ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ସେବା ଏବଂ ଡ଼ିଏୱାଇ-ଏନୟୁଏଲଏମ ଅଧୀନରେ କୌଶଳ, ଜନ ଧନ ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ଆଦି ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।
ପୃଷ୍ଠଭୂମି
ଭାରତ ସରକାର ପିଏବ ସ୍ୱନିଧି ଯୋଜନାକୁ କୋଲାଟରାଲ ମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ବାବଦକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ଯାହାର ଅବଧି ଏକ ବର୍ଷ। ଏହା ଦ୍ୱାର ୫୦ ଲକ୍ଷ ରାସ୍ତାକଡ଼ର ବୁଲା ବିକାଳୀ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିବାରେ ସହାୟକ ହୋଇଛି। ଏହି ବାବଦକୁ ବାର୍ଷିକ ୭% ସୁଧ ସବସିଡ଼ି ଏବଂ କ୍ୟାସ୍ବ୍ୟାକ୍(ବାର୍ଷିକ ୧, ୨୦୦ ଟଙ୍କା ପର୍ଯ୍ୟନ୍ତ) ଯୋଗାଇ ଦିଆଯାଉଛି ଯାହା ସେମାନଙ୍କ ଠାରେ ଉତ୍ତର ଋଣ ଫେରସ୍ତ ସ୍ୱାଭାବ ଏବଂ ଡ଼ିଜିଟାଲ କାରବାର ପାଇଁ ଆଗ୍ରହ ସୃଷ୍ଟି କରୁଛି। ଏହି ସୁଧ ସବସିଡ଼ି ସଫଳ ଭାବେ କାର୍ଯ୍ୟକରିବା ଦ୍ୱାର ୧୦ ହଜାର ଟଙ୍କାର ୨୪% ବାର୍ଷିକ ଋଣ ଉପରେ ୩୦% ପର୍ଯ୍ୟନ୍ତ ଋଣ ବୋଝ ଲାଘବ ହୋଇପାରୁଛି।
ତେଣୁ, ପରିଣାମତଃ ବୁଲା ବିକାଳୀମାନଙ୍କୁ କୌଣସି ସୁଧ ଦେବାକୁ ପଡ଼ୁନାହିଁ ବରଂ ସେମାନେ ଉଚିତ ସମୟରେ ଋଣ ପରିଶୋଧ କଲେ ଋଣ ଟଙ୍କା ଉପରେ ସବସିଡ଼ି ପାଇପାରୁଛନ୍ତି ଏବଂ ଡ଼ିଜିଟାଲ କାରବାରରେ ସେମାନେ ସିଦ୍ଧହସ୍ତ ହୋଇପାରୁଛନ୍ତି। ଏହାଦ୍ୱାରା ସେମାନେ ପରବର୍ତ୍ତୀ ପର୍ଯ୍ୟାୟ ଋଣ ପାଇବା ଏବଂ ସାମୟିକ ଋଣ ଫେରସ୍ତ ପାଇଁ ସହାୟକ ହେବ। ୨୦୨୦ ଜୁଲାଇ ୦୨ ଠାରୁ ଋଣ ପରିଶୋଧ ପ୍ରକ୍ରିୟା ଆଇଟି ପ୍ଲାଟଫର୍ମ “ପିଏମ ସ୍ୱନିଧି” ମାଧ୍ୟମରେ ଆରମ୍ଭ ହୋଇଛି ଏବଂ ଏଥିରେ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ୍(ସିଡ଼ବି)ର ସହାୟତା ନିଆଯାଇଛି। ଏହି ଯୋଜନାର ପ୍ରଶାସନିକ ପରିଚାଳନା ଦାୟିତ୍ୱ ଏହି ବ୍ୟାଙ୍କକୁ ପ୍ରଦାନ କରାଯାଇଛି।