Home ଜିଲ୍ଲା ପରିକ୍ରମା ପାହିମହୁରା ଫୁଟ୍ ଓଭରବ୍ରିଜ୍ ଟେଣ୍ଡର ମଂଜୁର ନେଇ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସାଂସଦ

ପାହିମହୁରା ଫୁଟ୍ ଓଭରବ୍ରିଜ୍ ଟେଣ୍ଡର ମଂଜୁର ନେଇ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସାଂସଦ

9

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ ଭଦ୍ରକ ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ପାହିମହୁରା ଛକରେ ଏକ ପାଦଚଲା ସେତୁ ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ୨ କୋଟି ୩୯ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ତେବେ ଗତ ଫେବୃୟାରୀ ୨ ତାରିଖ ଦିନ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ସାକ୍ଷାତ୍ କରି ଭଦ୍ରକ ସଂସଦୀୟ କ୍ଷେତ୍ର ଜାତୀୟ ରାଜପଥର ୧୬ ର ୬ ଥାକିଆ ରାସ୍ତାର ଅଗ୍ରଗତି ବାବଦରେ ଲିଖିତ ପତ୍ର ଦେଇ ଯେଉଁ ଦାବି ଜଣାଇ ଆଲୋଚନା କରିଥିଲେ । ସେଥିମଧ୍ୟରେ ଭଣ୍ଡାରିପୋଖରୀ ପାହିମହୁରା ଡାହାଲ (ସିଟି ଟ୍ରେନିଂ ସ୍କୁଲ ଛକ) ଠାରେ ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ରହିଥିଲା । ପରବର୍ତ୍ତୀ ସମୟରେ ସାଂସଦ ଶ୍ରୀମତୀ ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ଆଞ୍ଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡାଙ୍କ ସହ ଏ ସଂପର୍କରେ ଏକ ସମୀକ୍ଷା ବୈଠକରେ ଆଲୋଚନା କରି କ୍ଷେତ୍ର ପରିଦର୍ଶନ କରିଥିଲେ । ସେତେବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ସାଂସଦଙ୍କର ଏହି ଦାବି ପର୍ଯ୍ୟାୟ କ୍ରମେ ନିର୍ମାଣ ହେବା ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଉକ୍ତ ଫୁଟ୍ ଓଭରବ୍ରିଜ୍‌ର ଟେଣ୍ଡର ପତ୍ର ନଂ ଏନଏଚଏଆଇ/୧୩୦୧୨/୧୪୪/ଆରଓ / ଓଡି/୩୦୯୭/୨୩ ମୂଳେ ଆହ୍ୱାନ କରାଯାଇ ତାହା ଆସନ୍ତା ୩ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବା ପାଇଁ ନିର୍ଦ୍ଦେଶ ହୋଇଛି । ଏଥିପାଇଁ ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.