Home ଜିଲ୍ଲା ପରିକ୍ରମା ପାହିମହୁରା ଫୁଟ୍ ଓଭରବ୍ରିଜ୍ ଟେଣ୍ଡର ମଂଜୁରୀ, କେନ୍ଦ୍ର ସରକାରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ କୃତଜ୍ଞତା

ପାହିମହୁରା ଫୁଟ୍ ଓଭରବ୍ରିଜ୍ ଟେଣ୍ଡର ମଂଜୁରୀ, କେନ୍ଦ୍ର ସରକାରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ କୃତଜ୍ଞତା

19

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ନଂ ଜାତୀୟ ରାଜପଥର ପାହିମହୁରା ଛକରେ ପାଦଚଲା ସେତୁ ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ୨ କୋଟି ୩୯ ଲକ୍ଷ ଟଙ୍କା ମଂଜୁରୀ କରି ଟେଣ୍ଡର ଆହ୍ୱାନ କରିଛନ୍ତି । ରାଜପଥ ପ୍ରାଧିକରଣ ସଂସ୍ଥା ଟେଣ୍ଡର କରିଥିବା ଖବର ଜଣାପଡିବା ପରେ ସ୍ଥାନୀୟ ଜନସାଧାରଣ ଆନନ୍ଦ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୃତଜ୍ଞତା ଜଣାଯାଇଛି । ପାହିମହୁରା ଛକରେ ପାଦଚଲା ସେତୁ ନିମନ୍ତେ ସ୍ଥାନୀୟ ନଗୁଆଁ ସରପଞ୍ଚଙ୍କ ପ୍ରତିନିଧି ସୁବାସ ପାତ୍ରଙ୍କ ଉଦ୍ୟମରେ ସ୍ଥାନୀୟ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ରକୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ସଙ୍ଗଠନ ମନ୍ତ୍ରୀ ପଞ୍ଚାନନ ରାଉତ ପତ୍ର ମାଧ୍ୟମରେ ବହୁବାର ସାକ୍ଷାତ୍ କରି ଦାବି ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଶ୍ରୀ ରାଉତଙ୍କ ଦାବିକୁ ଗ୍ରହଣ କରି ଟେଣ୍ଡର ପାଇଁ ଟଙ୍କା ମଂଜୁର କରିଥିଲେ । ଏଥିପାଇଁ ସ୍ଥାନୀୟ ଅଧିବାସୀ ଶ୍ରୀ ରାଉତଙ୍କ ବଳିଷ୍ଠ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜାତୀୟ ରାଜପଥ କ୍ଷେତ୍ରୀୟ ଅଧିକାରୀ ବିରେନ୍ଦ୍ର ସିଂ, ପ୍ରକଳ୍ପ ନିର୍ଦ୍ଦେଶକ ଜୟ ପ୍ରକାଶ ବର୍ମାଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏହା ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ପଂଚାନନ ରାଉତ, ନଗୁଆଁ ସରପଞ୍ଚଙ୍କ ପ୍ରତିନିଧି ସୁବାଷ ପାତ୍ର, କେଶବ ନାୟକ, ସୁଧାକର ମହାନ୍ତି, ପ୍ରଫୁଲ୍ଲ ସାହୁ, ସନ୍ତୋଷ ସାହୁ ଓ ସୁରେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.