Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା ପଞ୍ଚାୟତରେ ଚାଉଳ ବଣ୍ଟନରେ ଅନିୟମିତା ପ୍ରସଂଗ, ପଞ୍ଚାୟତକୁ ଆବଶ୍ୟକ ଠାରୁ ମିଳୁଛି କମ୍ ଚାଉଳ,...

ପାଳିଆବିନ୍ଧା ପଞ୍ଚାୟତରେ ଚାଉଳ ବଣ୍ଟନରେ ଅନିୟମିତା ପ୍ରସଂଗ, ପଞ୍ଚାୟତକୁ ଆବଶ୍ୟକ ଠାରୁ ମିଳୁଛି କମ୍ ଚାଉଳ, ଜିଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ, ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ : ଜିଲ୍ଲାପାଳ

32

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧିନ ପାଳିଆବିନ୍ଧା ପଞ୍ଚାୟତରେ ରାଶନ ଚାଉଳ ପ୍ରତ୍ୟେକ ମାସ ଆବଶ୍ୟକତା ଠାରୁ କମ୍ ଦିଆଯାଉଛି । ଯାହାଫଳରେ ହିତାଧିକାରୀମାନେ ଚାଉଳ ପାଇବାରୁ ବଂଚିତ ହେବା ସଂଗେ ସଂଗେ ସରପଞ୍ଚଙ୍କୁ ଦୋଷାରୋପ କରାଯାଉଛି । ଯେଉଁଥିପାଇଁ ସରପଞ୍ଚ ଯଶୋଦା ମଲ୍ଲିକ ସୋମବାର ତିହିଡ଼ି ବ୍ଲକ ପରିସରରେ ହେଉଥିବା ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଏହାର ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ଦାବି କରିଥିଲେ । ଅଭିଯୋଗରୁ ପ୍ରକାଶ ଯେ, ପାଳିଆବିନ୍ଧା ପଞ୍ଚାୟତରେ ଯଶୋଦା ମଲ୍ଲିକ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବା ବେଳେ ମେଶିନରେ ୪୧୬ କୁଇଣ୍ଟାଲ ଚାଉଳ ମହଜୁଦ ଥିବା ଜଣା ପଡ଼ୁଥିଲେ ମଧ୍ୟ ବାସ୍ତବରେ ଗୋଦାମ ଗୃହରେ ଆଦୌ ଚାଉଳ ନଥିଲା । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ତତ୍କାଳୀନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ଚାଉଳ ଆବଶ୍ୟକତା ଠାରୁ କମ୍ ଦିଆଯାଉଛି । ୨୦୨୨ ଏପ୍ରିିଲ, ମଇ, ଜୁନ୍ ମାସରେ ୪୨ କୁଇଣ୍ଟାଲ ୯୯ କେଜି, ଜୁଲାଇ ମାସରେ ୧୪୯ କୁଇଣ୍ଟାଲ ୯୩ କେଜି, ଅଗଷ୍ଟ ସେପ୍ଟେମ୍ବର ମାସରେ ୨୯୯ କୁଇଣ୍ଟାଲ, ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ୧୬୦ କୁଇଣ୍ଟାଲ ୬୨ କେଜି, ୨୦୨୩ ଜାନୁୟାରୀ ଠାରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ୨୪୮ କୁଇଣ୍ଟାଲ ୯୪ କେଜି ଚାଉଳ ଆବଶ୍ୟକତା ଠାରୁ କମ୍ ଦିଆଯାଇଛି । ଯେଉଁଥିପାଇଁ ପଞ୍ଚାୟତରେ କିଛି ହିତାଧିକାରୀ ଚାଉଳ ନପାଇ ଅସନ୍ତୋଷ ପ୍ରକାଶ କରି ଚାଲିଛନ୍ତି । ରବିବାର ଦିନ ଚାଉଳ ବଣ୍ଟନରେ ଅନିୟମିତତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲାପାଳଙ୍କୁ ଅଭିଯୋଗ ସମୟରେ ସରପଞ୍ଚ ଶ୍ରୀମତୀ ମଲ୍ଲିକଙ୍କ ସହିତ ସମିତିସଭ୍ୟ ଜୀବନଜ୍ୟୋତି ପଲେଇ, ନାଏବ ସରପଞ୍ଚ କାର୍ତ୍ତିକେଶ୍ୱର ସାହୁ, ଦୁଷ୍ମନ୍ତ ନାୟକ, କିଶୋର ମଲ୍ଲିକ, ବିକ୍ରମ ବିଶ୍ୱାଳ, ସରୋଜ ଦାସ, ପ୍ରଶାନ୍ତ ପଲେଇ, ଭରତ ସାହୁ, ପ୍ରଶାନ୍ତ ପାଣିଗ୍ରାହୀ, ଅଜିତ୍ ନାୟକ, ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.