Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା କଲେଜରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପାଳିଆବିନ୍ଧା କଲେଜରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

40

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଂଚିନାରାୟଣ ମାଧବ ଅର୍ଜୁନ କଲେଜରେ ଗୁରୁବାର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ +୩ ଓ +୨ ସୋସିଆଲ ଏକ୍ଟିଭିଟି କ୍ଲବ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ +୩ ସଂଯୋଜକ ଅଧ୍ୟାପକ ସରୋଜ କୁମା ମହାପାତ୍ର ଯୋଗ ଦେଇ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲା ସାଇବର ସେଲ ଇନିସ୍ପେକ୍ଟର ବନ୍ଦନା ଦେବୀ ଯୋଗ ଦେଇ ସାଇବର ଠକେଇ ଓ ଅପରାଧ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ବିଶେଷ ଭାବେ ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମର ଫେସବୁକ, ଇନ୍‌ଷ୍ଟାଗ୍ରାମ, ହ୍ୱାଟସଆପ ଓ ଅନଲାଇନର ଯୁବପୀଢ଼ିମାନେ ଅପବ୍ୟବହାର ନକରି ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଛାତ୍ରୀ ଜ୍ୟୋତିପ୍ରଭା ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ କଲେଜର +୨ ସଂଯୋଜକ ଅଧ୍ୟାପକ ରାମଚନ୍ଦ୍ର ବେହେରା, ନୋଡାଲ ଅଧିକାରୀ ଅଧ୍ୟାପକ ତପନ କୁମାର ନାୟକ, ମୃତ୍ୟୁଞ୍ଜୟ ନାରାୟଣ ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅମୀୟ ରଂଜନ ଦାସ, ସ୍ୱପ୍ନା ସାମନ୍ତ, ସୁସ୍ମିତା ପଣ୍ଡା, ପଦ୍ମାଳୟା ଖଟୁଆ, ସ୍ୱପ୍ନା ରାୟ, ସାଣ୍ଡ୍ରା ରୋଜାରିଓ, ଦୀପକ କୁମାର ପଣ୍ଡା, ଅଜୟ ପୃଷ୍ଟି, ନିଖିଳ ମହାପାତ୍ର, ରଜତ ରଂଜନ ଜେନା, ଦେବାଶିଷ ଦାସ, ପ୍ରଦୀପ କୁମାର ରାଉତ, ରଘୁନାଥ ପଣ୍ଡା, ଦାସରଥି ସାହୁ, ଅଶୋକ ଦାସ, ବୈଷ୍ଣବ ଚରଣ ମହାନ୍ତି, ଅଜୟ କୁମାର ପୃଷ୍ଟି ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷାକର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଜୟ କୁମାର ମଳିକ, ଲିପ୍‌ସା ମିଶ୍ର, ମୃତ୍ୟୁଞ୍ଜୟ ସାହୁ, ସୁଧାଂଶୁ ପ୍ରଧାନ, ଶୁଭଲଗ୍ନା ପାଣିଗ୍ରାହୀ, ଭାରତୀ ଘଡ଼େଇ, ପ୍ରଜ୍ଞାପାରମିତା ପତି, ମନବ୍ରତ କୁଅଁର, ବର୍ଷା ପ୍ର୍ରିୟଦର୍ଶିନୀ ବେହେରା ପ୍ରମୁଖ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.