Home କେନ୍ଦୁଝର ପାଳଭୂତ କରି କରୋନା ସଚେତନା କରୁଛି ଇଞ୍ଚୋଳ ବିକାଶ ମଞ୍ଚ

ପାଳଭୂତ କରି କରୋନା ସଚେତନା କରୁଛି ଇଞ୍ଚୋଳ ବିକାଶ ମଞ୍ଚ

551

ହାଟଡ଼ିହି-୧୦/୪, ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଗାଁର ପ୍ରବେଶ ପଥରେ ପାଳଭୁତ ପ୍ରସ୍ତୁତ କରି ସଚେତନତା କରାଯାଉଛି । ସଦସ୍ୟମାନେ ସରକାରୀ ନିୟମକୁ ମାନି ସାମାଜିକ ଦୁରତା ରକ୍ଷାକରି ଲୋକମାନଙ୍କୁ ସଚେତନ କରାଇଥିଲେ । ଏକାନ୍ତବାସ ମହାମହୌଷଧି କରେନା ବିଷ- ସଙ୍ଗରୋଧ କଲେ ରହିବା ସୁସ୍ଥ , ଜିଣିବା କରୋନା ନହୋଇ ବ୍ୟସ୍ତ, ଅସ୍ୱଚ୍ଛ ଅସଂଯମପଣ, ବ୍ୟାଧିକୁ କରେ ଆମନ୍ତ୍ରଣ ବୋଲି ଲେଖାଧିବା ପାଳଭୁତକୁ ଧରି ଲୋକମାନଙ୍କୁ ସଚେତନ କରାଇଥିଲେ । ଚନ୍ଦନ ପଣ୍ଡାଙ୍କ ସଂଯୋଜନାରେ ଦେବବ୍ରତ ମଲ୍ଲିକ ପାଳଭୁତ ପ୍ରସ୍ତୁତ କରିଥିବାବେଳେ ରାଜୀବ ନାୟକ, ଚିରଞ୍ଜିବୀ ନାୟକ, ଜ୍ୟୋତିର୍ମୟ ପଣ୍ଡା, ସାଇବ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.