Home ଜିଲ୍ଲା ପରିକ୍ରମା ପାଣ୍ଡିଆନ୍ ଜିଲ୍ଲା ମେଡ଼ିକାଲ କଲେଜ ସ୍ଥାପନାର ଘୋଷଣା କରିବେ କି – ଜିଲ୍ଳା କଂଗ୍ରେସ ମୁଖ୍ୟ...

ପାଣ୍ଡିଆନ୍ ଜିଲ୍ଲା ମେଡ଼ିକାଲ କଲେଜ ସ୍ଥାପନାର ଘୋଷଣା କରିବେ କି – ଜିଲ୍ଳା କଂଗ୍ରେସ ମୁଖ୍ୟ ମୁଖପାତ୍ର

11

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘୫ଟି’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ଭଦ୍ରକ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିକାଶର ଡିଣ୍ଡିମ ପିଟି ଲୋକଙ୍କୁ ଭୂଆଁ ବୁଳେଇ ଫେରି ଯାଇଛନ୍ତି । ଏହା ଯେ ଆଗାମୀ ନିର୍ବାଚନ ପୂର୍ବରୁ ଏହା ତାଙ୍କର ପ୍ରାକ୍ ପ୍ରସ୍ତୁତିର ଘୋଷଣା ମାତ୍ର । ଜିଲ୍ଳାର ବହୁ ପ୍ରତୀକ୍ଷିତ ମେଡ଼ିକାଲ କଲେଜ, ବିଶ୍ୱବିଦ୍ୟାଳୟ କେବେ ମିଳିବ? ଭଦ୍ରକ ଜିଲ୍ଲାର ପଡ଼ୋଶୀ ଜିଲ୍ଲାମାନଙ୍କରେ ମେଡ଼ିକାଲ କଲେଜ ହୋଇ ସାରିଥିବା ବେଳେ ଭଦ୍ରକରେ ନ ହେବାର କାରଣ କଣ ସ୍ପଷ୍ଟ କରନ୍ତୁ । ଏହା ନବୀନ ସରକାରଙ୍କ ଭଦ୍ରକ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ନା ଜିଲ୍ଳାର ସମସ୍ତ ବିଜେଡ଼ି ନିର୍ବାଚିତ ନେତା ଅପାରଗ । ଜିଲ୍ଳାବାସୀ ଯେଉଁ ଆଶା ଭରସା ନେଇ ବିଜେଡ଼ିକୁ ଭୋଟ ଦେଇଥିଲେ ନେତାମାନେ ଜିଲ୍ଳାବାସୀଙ୍କୁ ପ୍ରତାରଣା କରିଛନ୍ତି । ଜିଲ୍ଲାରେ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ସବୁଥିରେ ପଛୁଆ । ଜିଲ୍ଳାର ଭଣ୍ଡାରିପୋଖରୀ, ଧାମନଗର ବ୍ଲକରେ ପ୍ରତିବର୍ଷ ହେଉଥିବା ମନୁଷ୍ୟକୃତ ବନ୍ୟାରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ବୈତରଣୀ ନଦୀର ଯାଜପୁର ଏମ୍ବାକ୍‌ମେଣ୍ଟ ଭଦ୍ରକ ଜିଲ୍ଲା ପାଇଁ କାଳ ହୋଇଛି । ଯାଜପୁର ଜିଲ୍ଲା ପାଶ୍ୱର୍ରେ ସ୍ଥାୟୀ ନଦୀବନ୍ଧ କରାଯାଇଥିବା ବେଳେ ଭଦ୍ରକ ପାଶ୍ୱର୍ରେ ପ୍ରତିବର୍ଷ ମାଟି, ବାଲିବସ୍ତା ପକା ଯାଇ ସରକାରୀ ଅର୍ଥର ଲୁଟ କରାଯାଉଛି ।

ପ୍ରତିବର୍ଷ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ଅଧିନରେ ଥିବା ମାହାରା ଗୁଡ଼ିକରେ ବନ୍ୟା ପାଣି ଯେଉଁ କ୍ଷତି କରୁଛି ତାହା ବୋଧହୁଏ ପାଣ୍ଡିଆନ୍‌ଙ୍କ ଦୃଷ୍ଟିଗୋଚର ହେଉ ନାହିଁ କି ବୋଲି ଭଦ୍ରକ ଜିଲ୍ଳା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଏକ ପ୍ରେସ୍ ବିବୃତିରେ ପ୍ରଶ୍ନ କରିଛନ୍ତି । ‘୫ଟି’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ଆଜି ଭଦ୍ରକ ଗସ୍ତସାରି ଫେରିବା ପରେ କଂଗ୍ରେସ ତା’ର ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛି । ଶ୍ରୀ ରାୟମହାପାତ୍ର ଆହୁରି ପ୍ରଶ୍ନ କରିଛନ୍ତି ଯେ ଭଦ୍ରକ ଜିଲ୍ଲାବାସୀ କୃଷି ଉପରେ ନିର୍ଭରଶୀଳ । ସରକାର ଚାଷୀଙ୍କୁ ଯେଉଁ ବିହନ, ସାର ଯୋଗାଉଛନ୍ତି ତାହା ନିମ୍ନମାନର ହେବା ସାଙ୍ଗକୁ ବିଜେଡ଼ି ନେତାଙ୍କ ଲୁଟ୍ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଉଛି । ଯାହା ବି ଉତ୍ପାଦନ ହେଉଛି ତାହାର ବିକ୍ରୟ ପାଇଁ ଜିଲ୍ଳାରେ କୌଣସି ସୁବ୍ୟବସ୍ଥିତ ବନ୍ଦୋବସ୍ତ ନାହିଁ । ୧୯୯୮ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ଧାମରା ବନ୍ଦର ନିର୍ମାଣ ହୋଇଥିବା ବେଳେ ଏହା ପରଠାରୁ ୨୫ ବର୍ଷର ବିଜେଡ଼ି ସରକାର ଜିଲ୍ଲାରେ ଛୁଞ୍ôଚଟିଏ ତିଆରି କରିବାର କାରଖାନାଟିଏ ସ୍ଥାପନ କରି ପାରି ନାହାନ୍ତି । ଯାହା ପରୋକ୍ଷରେ ଜିଲ୍ଳାର ବେରୋଜଗାରୀକୁ ପ୍ରୋତ୍ସାହିତ କରୁଛି । ସରକାର କଳାକାରଖାନାରେ ଜିଲ୍ଲାକୁ ପୋତି ପକାଇବାର ଯେଉଁ ବାଣୀ ଶୁଣାଉଛନ୍ତି, ତାହା ପାଣିର ଗାର । ଏ ସବୁ କଣ ବିକାଶର ଧାରା ବୋଲି ରାୟମହାପାତ୍ର ପ୍ରଶ୍ନ କରିଛନ୍ତି । ଜିଲ୍ଳାବାସୀଙ୍କର ବିକାଶ କରି ବିକାଶର ନାଗରା ପିଟିଲେ ଲୋକେ ତାହାକୁ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.