ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପୁରିପଡା ଗ୍ରାମର ହୋଟେଲ କୁଞ୍ଜବନ ପାଶ୍ୱର୍ରେ ଥିବା ପାଣିନାଳରୁ ଏକ ଅଚିହ୍ନା ବ୍ୟକ୍ତିର ଶବ ପୁଲିସ ଉଦ୍ଧାର କରିଛି। ଆଜି ସକାଳେ ଦଳପୂର୍ଣ୍ଣ ଜଳରେ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦମକଳବାହିନୀ ସହାୟତାରେ ଶବ ଉଦ୍ଧାର କରାଯାଇଥିଲା। ଶବ ମଧ୍ୟବୟସ୍କ ଜିନ୍ସପ୍ୟାଣ୍ଟ ଓ ବାନିଅନ ପିନ୍ଧିଥିବା ଓ ଏହା ପଚିଗନ୍ଧ ବାହାରୁ ଥିବାରୁ କିଛି ଦିନ ପୂର୍ବରୁ ପାଣିରେ ପଡିଥିବା ଅନୁମାନ କରାଯାଉଛି। ଶବର ପରିଚୟ ମିଳି ପାରିନାହିଁ। ଥାନାରେ ୧୩/୨୨ନଂ ଅପମୃତ୍ୟୁ ମାମଲା ଋଜୁ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।