Odiapua.com

ପାଣିପାଗର ସଦ୍ୟତମ ସୂଚନା: ଏହି ଜିଲ୍ଲାଗୁଡ଼ିକୁ ୱେଲୋ ୱାର୍ଣ୍ଣିଂ, ଏହି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର ୩୦ ଜୁଲାଇ (ଓଡ଼ିଆ ପୁଅ) ପାଣିପାଗର ସଦ୍ୟତମ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନାଅନୁଯାୟୀ, ଗତକାଲିର ସୁଦୃଶ-ଲଘୁଚାପ ଆଜି ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ତତ-ସଂଲଗ୍ନ ଖଣ୍ଡ ଅଞ୍ଚଳ ଉପରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଆଗାମୀ ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ବିହାର ଏବଂ ଭତ୍ତର-ପ୍ରଦେଶର ଦକ୍ଷିଣ ଭାଗ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହିତ, ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସମ୍ଭାବିତ ପ୍ରବଳ ବର୍ଷା ପ୍ରଭାବରେ କିଛି ଜିଲ୍ଲାର ତଳୁଆ ଅଞ୍ଚଳରେ ସାମୟିକ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏହି ଅଞ୍ଚଳର ଚାଷ ଜମିଗୁଡିକରୁ ଅଧିକ ବୃଷ୍ଟିଜଳ ନିଷ୍କାସନର ଆବଶ୍ୟକତା ପଡ଼ିପାରେ। ଏହା ସହିତ ପ୍ରଭାବିତ ଜିଲ୍ଲାର କେତେକ ସହରର ତଳୁଆ ଅଞ୍ଚଳରେ ବର୍ଷାଜଳ ଜମିବା ସହିତ ଯାତାୟତରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ଅନୁଭୂତ ବୃଷ୍ଟିପାତ
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରବାହ ସକ୍ରିୟ ରହିଛି। ଅଧିକାଂଶ ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇ ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର ଏବଂ କନ୍ଧମାଳ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଅନୁଭୂତ ହୋଇଥିବା ପ୍ରମୁଖ ବୃଷ୍ଟିପାତ (ସେ.ମି) ରେ ଟେନ୍ସା (ସୁନ୍ଦରଗଡ ) ୧୭, କଳିଙ୍ଗ (କନ୍ଧମାଳ) ୯, ଜବାନା (ମୟୁରଭଞ୍ଜ) ୯, ବାରିପଦା (ମୟୁରଭଞ୍ଜ) ୯, ବାଙ୍ଗିରିପୋଷି (ମୟୁରଭଞ୍ଜ) ୯, କେନ୍ଦୁଝରଗଡ (କେନ୍ଦୁଝର) ୭, ବେତନଟୀ (ମୟୁରଭଞ୍ଜ) ୭, ଚନ୍ଦନପୁର (ମୟୁରଭଞ୍ଜ) ୭, ବାଲିମୁଣ୍ଡଳୀ (ମୟୁରଭଞ୍ଜ) ୭, ଉଦଳା (ମୟୁରଭଞ୍ଜ) ୭, ଶ୍ୟାମାଖୁଣ୍ଟା (ମୟୁରଭଞ୍ଜ) ୭ ଏବଂ ଯମସଲଘାଟି (ମୟୁରଭଞ୍ଜ) ୭।

ପାଣିପାଗର ପୂର୍ବାନୁମାନ:
ଗତ ୨୪ ଘଣ୍ଟା ତୁଳନାରେ ଆଜି ବୃଷ୍ଟିପାତରେ ସାମାନ୍ୟ ହ୍ରାସ ହେବାର ସମ୍ଭାବନା ରହିଛି। ଓଡ଼ିଶାର ଜିଲ୍ଲାଗୁଡିକରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକାଂଶରୁ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ, କେତେକ ଜିଲ୍ଲାରେ ଆଜି, ୩୦ ଜୁଲାଇ ୨୦୨ ୧ ରେ, ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଆସନ୍ତା କାଲି ୩୧ ଜୁଲାଇ ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ପ୍ରବଳ ବର୍ଷାର ଚେତାବନୀ
ପ୍ରଥମ ଦିନ (୩୧ ଜୁଲାଇ ୨୦୨୧ ସକାଳ ୮.୩୦ ଯାଏଁ ବୈଧ)। ୟେଲୋ ୱାର୍ଣ୍ଣି
ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବରଗଡ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ, ମୟୁରଭଞ୍ଜ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଦ୍ବିତୀୟ ଦିନ (୩୧ ଜୁଲାଇ ୨୦ ୨୧ ସକାଳ ୮.୩୦ ରୁ ୧ ଅଗଷ୍ଟ ୨୦୨୧ ସକାଳ ୮.୩୦ ଯାଏଁ ବୈଧ ) ୟେଲୋ ୱାର୍ଣ୍ଣିଂ (ଆଗାମୀ ସୂଚନା ସମ୍ପର୍କରେ ଅବଗତ ରୁହନ୍ତୁ)
ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡ଼ା ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରିହୋଇଥିବା ଚେତାବନୀ
ସୁଦୃଶ-ଲଘୁଚାପ ପ୍ରଭାବରେ ଉତ୍ତର-ବଙ୍ଗୋପସାଗର ତତ-ସଂଲଗ୍ନ ଅଂଚଳ ଏବଂ ଓଡିଶା ଉପକୂଳରେ ଆଗାମୀ ୪୮ ଘଣ୍ଟା ଯାଏଁ ଖନ ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ଏବଂ ଝଟକା ୬୫ କିମି ବେଗରେ ସମ୍ଭାବନା ରହିଛି। ତେଣୁ ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶା ଉପକୂଳ ଏବଂ ଉତ୍ତର-ବଙ୍ଗୋପସାଗର, ତତ-ସଂଲଗ୍ନ ସମୁଦ୍ର ଅଚଳ କୁ ମସ୍ୟଜୀବୀମାନଙ୍କୁ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି।