କଳାହାଣ୍ଡି ତା.୨୫.୦୭.୨୦୨୧ (ଓଡିଆପୁଅ)କଳାହାଣ୍ଡିର ବିକାଶର ପରବର୍ତୀ ପର୍ୟ୍ୟାୟକୁ ନେବା ପାଇଁ ନିର୍ଦ୍ଦିଷ୍ଟ କାର୍ୟ୍ୟ ଯୋଜନା ପ୍ରସ୍ତୃତ କରିବାକୁ ଜିଲ୍ଲା ପ୍ରଶାସନକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ ତ୍ରୀପାଠୀ ନିର୍ଦ୍ଦଶ ଦେଇଛନ୍ତି । କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ତ୍ରୀପାଠୀ କଳାହାଣ୍ଡିରେ ନିର୍ମାଣାଧିନ ମେଡିକାଲ କଲେଜ,ଇନ୍ଦ୍ରାବତୀ ଟେମ୍ପଲ କମ୍ପେ୍ଲକ୍ସ, ନୂତନ ବସଷ୍ଟାଣ୍ଡ,ଉତ୍କେଳା ଏ୍ୟାରଷ୍ଟ୍ରିପ,ସାନ୍ଦୁଲ ଜଳସେଚନ ପ୍ରକଳ୍ପ, କେସିଙ୍ଗା – ବଲାଙ୍ଗୀର ୨୨୦ କେଭି ଲାଇନ, ବିଜୁ ଏକ୍ସପ୍ରେସ ୱେ,ଟାଉନହଲ, ଏମଏସଏମଇ ପାର୍କ, ଫୁଡପାର୍କ ଇତ୍ୟାଦି ସଂପର୍କରେ ଜିଲ୍ଲାପାଳ ଅବଗତ କରିଥିଲେ । କଳାହାଣ୍ଡିର ବିକାଶକୁ ପରବର୍ତୀ ପର୍ୟ୍ୟାୟକୁ ନେବା ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୃତ କରିବା ପାଇଁ ବୈଷୟୀକ ଜ୍ଞାନ କୌଶଳ,ଦାୟୀତ୍ୱ ବୋଧ,ତାଲିମ ଆଧାରରେ ଲୋକଙ୍କ ଜୀବନଧାରଣର ମାନବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ପଦାଧିକାରୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ । ପଶୁପାଳନ, ମତ୍ସ୍ୟ ଚାଷ, ଉଦ୍ୟାନକୃଷି, ଏମଏସଏମଇ ଆଦି କରିବାପାଇଁ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ । ସମୀକ୍ଷା ବୈଠକ ପରେ ମାନ୍ୟବର ଶକ୍ତି, ଶିଳ୍ପ ତଥା ଏମଏସଏମଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସହିତ ଭବାନୀପାଟଣା ଠାରେ ନିର୍ମାଣାଧିନ ଟାଉନହଲ, ଭଙ୍ଗାବାରୀ ଠାରେ ନିର୍ମାଣାଧିନ ଡାକ୍ତରଖାନା, ଜାରିଙ୍ଗସ୍ଥିତ ଛେଳି ପ୍ରଜନନ କେନ୍ଦ୍ର,ଭତ୍ରାଯୋର ଏମଆଇପି, ଜୁନାଗଡ ନେତ୍ର ଚିକିତ୍ସାଳୟ, ବିଜୁପଟ୍ଟନାୟକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ,ଛୋରିଆଗଡ ଶୀଳ୍ପି ଗ୍ରାମ ପରିଦର୍ଶନ କରିଥିଲେ । ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ଡେଙ୍ଗାଗୁଡା-ବେହେରା ୩୩ କେଭି ଲାଇନ ର ଶୁଭ ଉଦଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧିବାଗ, ଧର୍ମଗଡ ପଂଚାୟତ ସମିତି ଅଧ୍ୟକ୍ଷ ବଳରାମ ପୂଝାରୀ ମଧ୍ୟ ଉପସ୍ଥିତ ଥିଲେ । କଳାହାଣ୍ଡି ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବା କାରନରୁ ଅଧରକରୁ ଅଧିକ ଚାଷିଙ୍କ ସାମିଲ କରାଯାଇ ଅଧିକ ସଂଖ୍ୟକ କୃଷିଭିତିକ ଯୋଜନା ପ୍ରସ୍ତୃତ କରାଗଲେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରାଶ ପାଇବାରେ ଲାଗିଛି ।