Home ଓଡ଼ିଶା ପଶ୍ଚିମବଙ୍ଗ ରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା, ୩ ମୃତ

ପଶ୍ଚିମବଙ୍ଗ ରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା, ୩ ମୃତ

177

ପଶ୍ଚିମବଙ୍ଗ,୦୪/୧୦,(ଓଡ଼ିଆ ପୁଅ ପି ନାଏକ): ପଶ୍ଚିମବଙ୍ଗ ରେ ପୁଣି ଆଉ ଏକ ଅଘଟଣ । ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଛି । ଫଳରେ ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏନଡିଆରଏଫ୍‌ ଟିମ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାମୁତାବକ ଏହି ଘଟଣା ମାଳଦା ଜିଲ୍ଲାର ଚଞ୍ଚଳ ପୋଲିସ୍‌ ଥାନା ଅଞ୍ଚଳରେ ହୋଇଛି । ତେବେ ଡଙ୍ଗାଟି ଅଧିକ ଲୋକ ନେଉଥିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଡଙ୍ଗାଟି ଜଗନ୍ନାଥପୁରର ମହାନନ୍ଦା ନଦୀରୁ ଲୋକ ନେଇ ଉତ୍ତର ଦିନାଜପୁରକୁ ଯାତ୍ରା କରୁଥିଲା । ସେଠାରେ ପହଞ୍ଚିବା ପୂର୍ବରୁ ଏହି ଦୂର୍ଘଟଣା ଘଟିଛି । ଏନେଇ ମାଳଦା ପୋଲିସ୍‌ ଅଧିକ୍ଷକ ଆଲୋକ ରଜାରିଆ କହିଛନ୍ତି ଯେ ଏହିଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.