Home ଜିଲ୍ଲା ପରିକ୍ରମା ପର୍ବତୀ ପ୍ରେମିଅର ଲିଗ ଉଦଯାପିତ; ମଠସାହି ଟିମ ଚାମ୍ପିଅନ

ପର୍ବତୀ ପ୍ରେମିଅର ଲିଗ ଉଦଯାପିତ; ମଠସାହି ଟିମ ଚାମ୍ପିଅନ

35

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପର୍ବତୀ ଗ୍ରାମ ସ୍କୁଲ ପଡିଆରେ ଅନୁଷ୍ଠିତ ପର୍ବତୀ ପ୍ରେମିଅର ଲିଗ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ପର୍ବତୀ ବ୍ଲକ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିଥିଲେ । ମହାବୀର କ୍ଲବ ମଠସାହି ଦଳ ସହ ସହ ଚନ୍ଦ୍ରଶଖର କ୍ଲବ ନ୍ଦ୍ରଭାନୁପୁର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମଠସାହି ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ଦଳ ନିର୍ଦ୍ଧାରିତ ୧୫ ଓଭରରେ ୯ଉଇକେଟ ହରାଇ ୧୨୪ ରନ ସ୍କୋର କରିଥିଲା । ଜବାବରେ ଚନ୍ଦ୍ରଭାନୁପୁର ଦଳ ୧୪.୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୪ ରନ ସ୍କୋର କରି ପରାଜିତ ହୋଇଥିଲା । ମହାବୀର କ୍ଲବ ଚାମ୍ପିଅନ ହୋଇଥିଲା । ଜ୍ଞାନରଞ୍ଜନ ଦାସ, ନିର୍ମଳ ଚନ୍ଦ୍ର ମହାନ୍ତି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ରାକେଶ ଖୁଣ୍ଟିଆ ଧାରାବିବରଣୀ ଦେଇଥିଲେ । ଖେଳ ଶେଷରେ ସମାଜସେବୀ ଅଶୋକ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ଦୁର୍ଗା ପ୍ରସାଦ ମହାନ୍ତି, ବାଳମୁକୁନ୍ଦ ଦଳାଇ, ମଧୁସୂଦନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନରସପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । କୃପାସିନ୍ଧୁ ମହାରାଜ, ଜଳଧର ଖୁଣ୍ଟିଆ, ଅରୁଣ ବାରିକଙ୍କ ସମେତ କ୍ଲବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.