Home ଜିଲ୍ଲା ପରିକ୍ରମା ପରୀକ୍ଷା ପ୍ରଶ୍ନପତ୍ର ସିଲ୍‌ଖୋଲା ନେଇ ଭଦ୍ରକ କଲେଜ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା, ଅଭିଯୋଗ ଭିତ୍ତିହୀନ, ସମସ୍ତ...

ପରୀକ୍ଷା ପ୍ରଶ୍ନପତ୍ର ସିଲ୍‌ଖୋଲା ନେଇ ଭଦ୍ରକ କଲେଜ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା, ଅଭିଯୋଗ ଭିତ୍ତିହୀନ, ସମସ୍ତ କେନ୍ଦ୍ରରେ ସ୍ୱଚ୍ଛତାର ସହ ପରୀକ୍ଷା ସମ୍ପାଦିତ- ପ୍ରଶାସନ

21

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଭଦ୍ରକ ଜିଲ୍ଲାରେ ଷ୍ଟାଫ୍ ସିଲେକସନ୍ କମିଶନ୍ ଦ୍ୱାରା ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପଦବୀ ନିମିତ୍ତ ଗତକାଲି ପ୍ରିଲିମିନାରୀ ପରୀକ୍ଷା ପରୀକ୍ଷା ପୂର୍ବାହ୍ନ ୧୦ରୁ ୧୨ଟା ଯାଏଁ ହୋଇଥିଲା । ତେବେ ଭଦ୍ରକ ସ୍ୱୟଂଶାସିତ କଲେଜ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସିଲ୍ ଖୋଲା ଥିବା ଓ ୧୫ମିନିଟ ବିଳମ୍ବରେ ପ୍ରଶ୍ନପତ୍ର ବଣ୍ଟନ କରିବା ଅଭିଯୋଗ କରି ୩ ଟି କେନ୍ଦ୍ରର ପ୍ରାୟ ୧୮ଜଣ ପରୀକ୍ଷାର୍ଥୀ ଏହାର କଡା ପ୍ରତିବାଦ କରି ପରୀକ୍ଷା ନଦେଇ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି ନାରାବାଜି କରିଥିଲେ । ଅଭିଯୋଗ ଅନୁଯାୟୀ ଭଦ୍ରକ ସ୍ୱୟଂଶାସିତ କଲେଜର ୧୭ଟି ରୁମ୍‌ରେ ଏହି ପରୀକ୍ଷା ହେଉଥିବାବେଳେ ୨୧, ୨୨ ଓ ୨୩ନମ୍ବର ରୁମ୍‌ରେ ପରୀକ୍ଷାର୍ଥୀଙ୍କୁ ୧୫ମିନିଟ୍ ବିଳମ୍ବରେ ଦିଆଯାଇଥିଲା । ସେହିଭଳି କେତେକ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯାଇଥିବା ପ୍ରଶ୍ନପତ୍ରର ସିଲ୍ ଖୋଲା ଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍‌ରୁ ବାହାରି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ର ଅଭିଯୋଗ କରି ନାରାବାଜି କରିଥିଲେ । ପରୀକ୍ଷାର୍ଥୀ ରାଧାରାଣୀ ସାହୁ, ମୀତାଞ୍ଜଳି ଦାସ ଓ ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଗଣମାଧ୍ୟମକୁ ୧୫ମିନିଟ୍ ବିଳମ୍ବରେ ଆମକୁ ସିଲ୍ ଖୋଲା ପ୍ରଶ୍ନପତ୍ର ଦିଆଗଲା ବୋଲି ଅଭିଯୋଗ କରିବା ସହ ଏହି ପରୀକ୍ଷାରେ ସ୍ୱଚ୍ଛତା ନାହିଁ ବୋଲି କରିଥିଲେ । ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଓ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଘଟଣାସ୍ଥଳରେ ପହଞ୍ଚି ଏହାର ସମ୍ପୂର୍ଣ୍ଣ ତଦନ୍ତ କରିଥିଲେ । ଏହି ପ୍ରିଲିମିନାରୀ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତି ନେଇ ସମସ୍ତ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ସ୍ୱଚ୍ଛତା ବଜାୟ ପୂର୍ବକ ପରୀକ୍ଷା ସମ୍ପାଦିତ ହୋଇଥିବା ଜଣାଯାଇଛି । ଏଥିପାଇଁ ଜିଲ୍ଲା ଟ୍ରେଜେରୀରେ ସୁରକ୍ଷିତ ଭାବେ ଥିବା ପ୍ରଶ୍ନପତ୍ର ସବୁ ଆଜି ରବିବାର ଯଥା ସମୟରେ ପରୀକ୍ଷା କାର୍ଯ୍ୟ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିୟୋଜିତ ଥିବା ମାଜିଷ୍ଟ୍ରେଟ୍ ଓ ପୋଲିସ୍‌ଙ୍କ ଉପସ୍ଥିତିରେ ଆସିଷ୍ଟାଣ୍ଟ ଅବଜରଭରମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହି ପରୀକ୍ଷା ପାଇଁ ନିର୍ଦ୍ଧାରିତ ହୋଇଥିବା ଜିଲ୍ଲାର ୫ଟି କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିଲା । କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ପରିଚାଳନା ପାଇଁ କେନ୍ଦ୍ର ସୁପରିଟେଣ୍ଡେଣ୍ଟ, ଆସିଷ୍ଟାଣ୍ଟ ଅବଜରଭର ଓ ଇନିଜିଭିଲେଟରଙ୍କ ଉପସ୍ଥିତିରେ ପରୀକ୍ଷା କକ୍ଷରେ ପ୍ରଶ୍ନପତ୍ର ଖୋଲାଯାଇଥିଲା । ଏ ସମସ୍ତ ପକ୍ରିୟାକୁ ଭିଡ଼ିଓଗ୍ରାଫି କରାଯାଇଥିଲା । ବିଶେଷ କରି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ହୋଇଥିବା କେନ୍ଦ୍ରରେ ଗୋଟିଏ କକ୍ଷରେ ଗୋଟିଏ ପ୍ରଶ୍ନପତ୍ର ଚିରାଥିôବା ଜଣେ ପିଲା ଅଭିଯୋଗ ଆଣିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର, ସିଟି ଡ଼ି.ଏସ୍‌.ପି. ଅଂଶୁମାନ ଦିବେଦୀ ପରୀକ୍ଷା କେନ୍ଦ୍ରରେ ପହଞ୍ôଚ ପ୍ରତ୍ୟକ୍ଷ ଭାବେ ପରୀକ୍ଷା କରି ଦେଖିଥିଲେ କି ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ । ସେହି ସମାନ କକ୍ଷରେ ଅଭିଯୋଗ ଆଣିଥିବା ଅଳ୍ପ ପିଲାଙ୍କ ବ୍ୟତୀତ ଅନ୍ୟ ସମସ୍ତ ପିଲା ସୁରୁଖୁରୁରେ ପରୀକ୍ଷା ଦେଇଛନ୍ତି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରତ୍ୟକ୍ଷ ଭାବେ ଏ କଥାକୁ ଅନୁଧ୍ୟାନ କରି ଥିଲେ ଏବଂ ସମସ୍ତ କେନ୍ଦ୍ରରେ ପରୀକ୍ଷା ସ୍ୱଚ୍ଛତାର ସହ ହେଉଥିବା ପରଖିଥିଲେ । ସ୍ୱଚ୍ଛତାର ସହ ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଓ ସାବଧାନତାକୁ ସଠିକ୍‌ଭାବେ ଅନୁସରଣ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ଥିବା କୌଣସି ଅଧିକାରୀଙ୍କ ନଜରକୁ ଆସି ନଥିଲା । ତେବେ ମାତ୍ର କିଛି ହାତ ଗଣତି ଅଧ୍ୟାପକଙ୍କ ପାଇଁ ଐତିହ ସମ୍ପନ୍ନ ଭଦ୍ରକ ମହାବିଦ୍ୟାଳୟର ଗାରିମା ବାରମ୍ବାର କ୍ଷୁର୍ଣ୍ଣ ହେବାର ଲାଗିଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରୁ ବଞ୍ôଚତ କରି ମିଥ୍ୟା ଭିନ୍ନକ୍ଷମ ପ୍ରମାଣ ପତ୍ର ମାଧ୍ୟମରେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ନାମ ଲେଖାଇବା ପରି କୁତ୍ସିତ କାର୍ଯ୍ୟ ଜନମାନସରରୁ ଅପସରିବା ପୂର୍ବରୁ ପୁଣି ଆଜି ପ୍ରଶ୍ନପତ୍ର ଘୋଟାଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଯିଏବି ଅଧ୍ୟକ୍ଷ ଯୋଗଦେଉଛନ୍ତି, କିଛି ନିର୍ଦିଷ୍ଟ ଅଧ୍ୟାପକ ବିଭିନ୍ନ କୌଶଳରେ ତାଙ୍କ ଉପରେ ପ୍ରଭାବ ବିସ୍ତାର କରି ଏଡ଼ମିଶନ ତଥା ପରୀକ୍ଷା ନିୟନ୍ତ୍ରଣ ତଥା ଏଡ଼ମିନିଷ୍ଟ୍ରେଟିଭି ବର୍ଷର ଭଳି ସମ୍ବେଦନଶୀଳ ଦାଇତ୍ୱରେ ଦୀର୍ଘ ଦିନ ଧରି ହାତେଇବାରେ ସକ୍ଷମ ହେଉଛନ୍ତି । ସାରା ରାଜ୍ୟରେ ଏକଦା ସମସ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଗୌରବ ଅର୍ଜନ କରିଥିବା ମହାବିଦ୍ୟାଳୟ ଆଜି ଏଭଳି କିଛି କୁତ୍ସିତ ବ୍ୟକ୍ତିମାନଙ୍କ ପାଇଁ ନିନ୍ଦା ଓ ଅପବାଦ ସାଉଁଟିବାରେ ଲାଗିଛି ବୋଲି ପୁରାତନ ଛାତ୍ର ପ୍ରଣୟ ଦାସ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ସୂଚନାଯୋଗ୍ୟକି ଭଦ୍ରକ ମହାବିଦ୍ୟାଳୟ ବ୍ୟତୀତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ, ଜିଲ୍ଲାସ୍କୁଲ, ଭଦ୍ରକ, ଭଦ୍ରକ ମହିଳା ମହାବିଦ୍ୟାଳୟ, ଭଦ୍ରକ ଓ ବାଗୁରାଇ ହାଇସ୍କୁଲ, ଭଦ୍ରକରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.