ନୟାଗଡ଼, ୧୬ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ର୍ରଧାନ): ନୟାଗଡ଼ ଜିଲ୍ଲା ଯଦୁପୁର ଗାଁ ପରିିହତ୍ୟା ମାମଲାରେ ଏସ୍ଆଇଟି ନୟାଗଡ଼ ଚିଲିଡ୍ରେନଟ କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଯାହାକି ଆଜି ଏସ୍ଆଇଟି ଚିଲିଡ୍ରେନ୍ କୋର୍ଟରେ ପେନ୍ଡ୍ରାଇଭ୍ରେ ଏହି ଚାର୍ଜସିଟ୍ ଦାଖଲ କରିଛି। ତେବେ ପରୀର ଶରୀରକୁ କେମିକାଲ ଦ୍ୱାରା ନଷ୍ଟ କରାଯାଇନଥିବା, ପୀଡିତାର ଲେଗିଙ୍ଗସ୍ ଏବଂ ୨ଟି ଗାମୁଛା ତଦନ୍ତ ସମୟରେ ମିଳିବା, ପରୀକୁ ହତ୍ୟା କରି ଅଖାରେ ଭର୍ତ୍ତି କରାଯାଇଥିବାବେଳେ ବନ୍ଧା ଯାଇଥିବା ଜିଆଇ ତାର ଜବତ ହେବା, ପଚରା ଉଚୁରାବେଳେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବା, ପରୀ ତା’ଘରକୁ ଯାଇଥିବା ଓ ତାକୁ ଅଖାରେ ନେଉଥିବାବେଳେ ସାକ୍ଷୀ ଦେଖିଥିବା, ଅଶ୍ଲିଲ ଭଡିଓ ଦେଖି ଏପରି କାଣ୍ଡ ଘଟାଇଥିବା, ପରୀର ଫ୍ରକରୁ ପୁରୁଷର ସିମେନ ଲାଗିଥିବା କୁହାଯାଇଥିଲାବେଳେ ଏହା ଏକ ବଳାତ୍କାର ଓ ହତ୍ୟା ମାମଲା ବୋଲି ଚାର୍ଜସିଟ୍ ରେ ଉଲ୍ଲେଖ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ଏସଆଇଟିକୁ ସମୟ ସୀମା ଦେଇଥିଲେ। ଯାହାକି ଆଜି ଏସ୍ଆଇଟି ଚିଲିଡ୍ରେନ୍ କୋର୍ଟରେ ପେନ୍ଡ୍ରାଇଭ୍ରେ ଏହି ଚାର୍ଜସିଟ୍ ଦାଖଲ କରିଛନ୍ତି।