କୋରାପୁଟ୨୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଏକ ପରିତ୍ୟକ୍ତ କାର ଭିତରୁ ଜଣେ ୮ ବର୍ଷ ନାବାଳିକାର ଗଳା କଟାଯାଇଥିବା ମୃତଦେହକୁ ପୁଲିସ ଉଦ୍ଧାର କରିବା ଜଣାପଡିଛି । ଏପରି ଅଘଟଣ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା କଞ୍ଚଣା ଗ୍ରାମରେ ହୋଇଥିବା ପୁଲିସ ନିକଟରୁ ଖବର ମିଳିଛି । ପରିବାର ଲୋକେ ଏନେଇ ଥାନାରେ ଏତଲା ଦେବାପରେ ଏହି ଅମାନବୀୟ କାର୍ଯ୍ୟ କରିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି । ସୁଚନାଯୋଗ୍ୟ-ଗତକାଲି ରାତିରେ ଶିଶୁଟି ତାଙ୍କ ପରିବାର ଲୋକଙ୍କ ସହ ପଡ଼ୋଶୀ ଘରେ ଟିଭି ଦେଖୁଥିଲା। ହେଲେ କିଛି ସମୟ ପରେ ସେ ସେଠାରୁ ନିଖୋଜ ହୋଇଯାଇଥିଲା। ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ଗାଁରେ ଥିବା ଏକ ଅଚଳ କାର ଭିତରୁ ଉକ୍ତ ନାବାଳିକର ମୃତଦେହ ଠାବ କରାଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।