Home ଜିଲ୍ଲା ପରିକ୍ରମା ପଧାନୀ ପଂଚାୟତରେ ବିଜୁ ଜନତାଦଳର ମିଶ୍ରଣ ପର୍ବ

ପଧାନୀ ପଂଚାୟତରେ ବିଜୁ ଜନତାଦଳର ମିଶ୍ରଣ ପର୍ବ

25

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ପଧାନୀ ପଂଚାୟତର ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଆଜି ସନ୍ଧ୍ୟାରେ ବିଜୁ ଜନତାଦଳର ପଧାନୀ ପଂଚାୟତର ବିଜୁ ଜନତାଦଳର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଦଳରୁ ଅସନ୍ତୁଷ୍ଟ ହୋଇ ନିଜେ ଏକ ପରିବର୍ତ୍ତନ ମଂଚ କରି ପଂଚାୟତରେ ବହୁ ବିଧକାର୍ଯ୍ୟ କରି ଚର୍ଚ୍ଚାରେ ଥିବା ବିରଂଚି ମହାଳିକ ଓ ତାଙ୍କର ଶତାଧିକ ସମର୍ଥକ ମାନେ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ଆୟୋଜିତ ଏହି ମିଶ୍ରଣ ସଭାରେ ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଜିଲ୍ଳା ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁ, ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଏହି କର୍ମୀ ମାନଙ୍କୁ ବିଜେଡ଼ି ଦଳରେ ସାମିଲ କରାଇ ତାଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ଯୁବ ସଭାପତି ଭାରତବିଜୟ ଦଳାଇ, ନଗରସଭାପତି ସୁଶାନ୍ତ କୁମାର ରାଉତ, ମହିଳାସଭାନେତ୍ରୀ ତନୁଶ୍ରୀ ପୁହାଳ, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ, ପ୍ରତାପ ସାମଲ, ମାନସ ବାରିକ, ବିରଜା ପ୍ରଶନ୍ନ ରାଉତ, ଉର୍ମିଳା ବିଶ୍ୱାଳ, ନିରାକାର ତରାଇ, ସତ୍ୟପ୍ରକାଶ ନାୟକ, ଲଲାଟେନ୍ଦୁ ପୁହାଣ ପ୍ରମୁଖ ଉପସ୍ଥିତ ହୋଇ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କ ଆଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପଂଚାୟତ ସଭାପତି ରବିନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.