Home ଜିଲ୍ଲା ପରିକ୍ରମା ପଣ୍ଡିତ ରଂଜନ କୁମାର ପଣ୍ଡାଙ୍କୁ ଶ୍ରୀନନ୍ଦିଘୋଷ ସମ୍ମାନ

ପଣ୍ଡିତ ରଂଜନ କୁମାର ପଣ୍ଡାଙ୍କୁ ଶ୍ରୀନନ୍ଦିଘୋଷ ସମ୍ମାନ

13

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଚକ୍ର ସୁଦର୍ଶନ କ୍ଷେତ୍ର, ସରସ୍ୱତୀ ବିହାରରେ ପବିତ୍ର ଗୀତା ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ସୁନାମଧନ୍ୟ ଭକ୍ତକବି ତଥା କୋରାପୁଟ ଅଞ୍ଚଳରେ ଶ୍ରୀଜଗନ୍ନାଥ ଚେତନା ଧାରାକୁ ପ୍ରଚାରିତ କରୁଥିବା ପଣ୍ଡିତ ରଂଜନ କୁମାର ପଣ୍ଡାଙ୍କୁ ଶ୍ରୀ ଶ୍ରୀ ଜଗନ୍ନାଥ ଚେତନା ପକ୍ଷରୁ ଶ୍ରୀନନ୍ଦିଘୋଷ ସମ୍ମାନରେ ସମ୍ମାନିତ କରାଯାଇଛି । ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଦେବୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମାନ ପ୍ରଦାନ ଉତ୍ସବରେ ଡକ୍ଟର ସଦାନନ୍ଦ ଦୀକ୍ଷିତଃ ପଣ୍ଡିତ ପଣ୍ଡାଙ୍କର ଆଧ୍ୟାତ୍ମିକ ଓ ସାରସ୍ୱତ ସମୁଦ୍ୟମକୁ ପ୍ରଶଂସା କରିବା ସଂଗେ ସଂଗେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଗୋପାଳକୃଷ୍ଣ ଆଧ୍ୟାତ୍ମିକ ସଂସଦର ସଫଳତା ବର୍ଣ୍ଣନା କରିଥିଲେ । ମୁଖ୍ୟାତିଥି ସରକାରୀ ପଲିଟେକ୍‌ନିକ କଲେଜର ଅଧ୍ୟକ୍ଷ ଇଂ ଶରତ ଚନ୍ଦ୍ର ରାଉତ, ମହତାବ କଲେଜର ଅଧ୍ୟାପକ ନନ୍ଦ କିଶୋର ସାହୁ, ଗୁରୁଜନ ପରିଷଦର ସମ୍ପାଦକ ରାମଚନ୍ଦ୍ର ପଣ୍ଡା, ବ୍ରାହ୍ମଣ ମହାସଂଘର ସଦସ୍ୟ ପଣ୍ଡିତ ବିଷ୍ଣୁୁ ମୋହନ ପାଣିଗ୍ରାହି ମାନପତ୍ର, ଶାଲ୍ ଓ ଷ୍ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରୀ ପଣ୍ଡାଙ୍କୁ ଉପାଧିଭୂଷିତ କରିଥିଲେ । ଶେଷରେ ଗୀତାଯଜ୍ଞରେ ଯୋଗ ଦେଇ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସରସ୍ୱତୀ ବିହାରରେ ଅନୁଷ୍ଠିତ ଗୀତା ମହାଯଜ୍ଞରେ ମା ସୁଭଦ୍ରା ମାତୃମଣ୍ଡଳୀର ଶତାଧିକ ମାଆମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.