Home ଜିଲ୍ଲା ପରିକ୍ରମା ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ଶ୍ରଦ୍ଧାଞ୍ଜଳି ବ୍ଲକ ଟପ୍ପର

ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ଶ୍ରଦ୍ଧାଞ୍ଜଳି ବ୍ଲକ ଟପ୍ପର

58

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମଙ୍ଗରାଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧାଞ୍ଜଳି ପଣ୍ଡା ୨୦୨୧-୨୨ ମସିହା ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ୯୭.୫ ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍‌ପର ହୋଇଥିବା ଜଣାଯାଇଛି । ଶ୍ରଦ୍ଧାଞ୍ଜଳି ମଙ୍ଗରାଜପୁର ଗ୍ରାମର ଧନେଶ୍ୱ ପଣ୍ଡା ଏବଂ ସବିତା ପଣ୍ଡାଙ୍କର କନ୍ୟା ଅଟନ୍ତି । ଶ୍ରଦ୍ଧାଞ୍ଜଳି ଜଣେ ମେଧାବୀ ଛାତ୍ରୀ ଭାବେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସଫଳତା ପାଇଥିଲେ । ସେ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ମଙ୍ଗାରାଜପୁର ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.