ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ପଂଚୁଟିକ୍ରି ପଂଚାୟତରେ ବିଦ୍ୟୁତ ସଟସର୍କିଟରୁ ନିଆଁ ଲାଗି ୬ବଖର ଘର ସଂପୂର୍ଣ ଭସ୍ମୀଭୂତ ହୋଇଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଗତକାଲି ବିଳମ୍ବିତ ରାତିରେ ପଂଚୁଟିକ୍ରି ପଂଚାୟତ ଅଧିନସ୍ଥ ଧୀରସାହି ଗ୍ରାମରେ ବିଦ୍ୟୁତ ସଟସର୍କିଟରୁ ପ୍ରଥମେ ନିଆଁ ଲାଗିଥିଲା । ଏହି ସମୟରେ ୬ଟି ପରିବାରର ଲୋକେ ଶୋଇଯାଇଥିବା ବେଳେ ଅକସ୍ମାତ ଏହି ନିଆଁ ବ୍ୟାପି ଯାଇଥିଲା । ଫଳରେ ୬ଟି ପରିବାରର ୨୦ଜଣ ଅଳ୍ପକେ ବଂଚି ଯାଇଥିବା ବେଳେ ସେମାନଙ୍କର ୬ବଖରା ଘର ଗୁହାଳ ଗୁଡିକ ସଂପୂର୍ଣ ପୋଡି ଯାଇଥିଲା । ଧୀରସାହି ଗ୍ରାମର ନରହରି ଜେନା, ପୂର୍ଣଚନ୍ଦ୍ର ଜେନା, କିଶୋର ଜେନା, ନୟନ ବେହେରା, ଦୁଃଖ ବେହେରା ଏବଂ ବିଜୟ ବେହେରାଙ୍କ ୬ବଖରା ଘର ସଂପୂର୍ଣ ପୋଡି ଯାଇଥିବା ବେଳେ ସେମାନଙ୍କ ପରିବାର ନିଜ ଜୀବନ ବଂଚାଇଥିବା ବେଳେ ସେମାନଙ୍କ ଘରୁ କୌଣସି ଆସବାବ ପତ୍ର ମଧ୍ୟ ବାହାର କରି ପାରି ନଥିଲେ । ଏଥିସହ ସେମାନଙ୍କ ଗୋରୁ ଗୁହାଳରେ ଥିବା ୬ଟି ଗୋରୁଗାଇ ମଧ୍ୟ ନିଆଁ ଧାସରେ ପୋଡି ଯାଇଥିଲେ ମଧ୍ୟ ବଂଚି ଯାଇଛନ୍ତି । ଖବର ପାଇ ଦମକଳବାହିନୀ ଯାଇ ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ୬ଟି ପରିବାର ସଂପୂର୍ଣ ପୋଡି ପାଉଁଶ ହୋଇ ଯାଇଥିବା ସହ ୫୦ଲକ୍ଷ ଟଙ୍କାର ସମ୍ପତି ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାଯାଇଛି । ତୁରନ୍ତ ସଂପୂର୍ଣ କ୍ଷତିଗ୍ରସ୍ଥ ପରିବାରକୁ ପ୍ରଧାନମନ୍ତ୍ରୀ ଆଓାସ ଯୋଗାଇ ଦେବା କୁ ଅଂଚଳବାସୀ ତଥା ପଂଚୁଟିକ୍ରି ପଂଚାୟତର ସମାଜସେବୀ ଅନିଲ ନାୟକ ଦାବୀ ରଖିଛନ୍ତି । ଏଭଳି ଘଟଣା ଶୁଣିବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ ପ୍ରମୁଖ ଦୁଃଖ ପ୍ରକାଶ କରିବା ତୁରନ୍ତ ସରକାରୀ ସହୟତା ପ୍ରଦାନ କରିବାକୁ ଦାବୀ ଜଣାଇଛନ୍ତି ।
Home ଜିଲ୍ଲା ପରିକ୍ରମା ପଂଚୁଟିକ୍ରିରେ ବିଦ୍ୟୁତ ସର୍ଟ ସର୍କିଟରୁ ୬ବଖରା ଘର ଭସ୍ମୀଭୂତ, ୫୦ଲକ୍ଷ ଟଙ୍କାର ସମ୍ପତି ଧ୍ୱଂସ







