Home ଜିଲ୍ଲା ପରିକ୍ରମା ପଂଚାୟତ ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶୀଳାନ୍ୟାସ

ପଂଚାୟତ ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶୀଳାନ୍ୟାସ

31

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ଦ୍ୱାରା ବ୍ଳକ ଅନ୍ତର୍ଗତ ଭଟ୍ଟସାହି ପଂଚାୟତ ମିଶନଶକ୍ତି ଗୃହର ଉନ୍ନତିକରଣ ଓ ପାଚେରୀ ନିର୍ମାଣ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପଂଚାୟତ ଏମ୍‌ବିକେ ଗୀତାଞ୍ଜଳି ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିପିଏମ୍ ପୀତବାସ ବିଶ୍ୱାଳ, ପଂଚାୟତ ମହିଳା ମହାସଂଘର ସଭାନେତ୍ରୀ କୁମୁଦିନି ବାରିକ, ସମ୍ପାଦିକା ମୀନତି ସାହୁ, ସମାଜସେବୀ ଦୟାନିଧି ମିଶ୍ର, ହୃଷିକେଶ ବିଶ୍ୱାଳ, ବିଶ୍ୱରଂଜନ ବିଶ୍ୱାଳ, ସୀତାକାନ୍ତ ବିଶ୍ୱାଳ, ଉମାକାନ୍ତ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟସରକାର ମହିଳା ସଶକ୍ତିକରଣ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ଅନେକ ପଦକ୍ଷେପ ନେଉଥିବାବେଳେ ତାହାର ସୁବିଧା ସୁଯୋଗ ନେବାପାଇଁ ମହିଳାମାନେ ଆଗେଇ ଆସିବା ଦରକାର ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ପ୍ରାରମ୍ଭରେ ସିଆରପି ସୁରତୀ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସିଆରପି ଅନୁପମା ରଣା, ନିରୁପମା ପଣ୍ଡା, ସ୍ମୃତିରେଖା ସୁତାର, ଗୀତାଞ୍ଜଳି ସୁତାର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.