Home ଜିଲ୍ଲା ପରିକ୍ରମା ନୟାଗଡ଼ ବିଧାନସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ କୃଷିମନ୍ତ୍ରୀ

ନୟାଗଡ଼ ବିଧାନସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ କୃଷିମନ୍ତ୍ରୀ

48

ନୟାଗଡ଼, ୧୭ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଡିଆରଡିଏ ସୃଜନ ସଭାଗୃହରେ ଆହୁତ ଏକ ବୈଠକରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଭାଗୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ। କେଉଁ କାର୍ଯ୍ୟ ଚାଲୁ ରହିଛି, କେଉଁକାର୍ଯ୍ୟ ହେବାକୁ ଯାଉଛି ଏବଂ କେଉଁ କାର୍ଯ୍ୟ ଶେଷ ହୋଇଛି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଗୋଟି ଗୋଟି କାର୍ଯ୍ୟ ପଚାରି ବୁଝିବା ସହିତ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ କିପରି ହୋଇପାରିବ ତାହାର ନିର୍ଯ୍ୟାଶ ବାହାର କରି ତାହାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷି ଓ କୃଷକ ଏବଂ ଜଳସେଚନ ଉପରେ ଗୁରୁତ୍ୱ ଦେଇ ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ଉପରେ ବେଶୀ ପ୍ରାଧାନ୍ୟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଡାହୁକା, କୁସୁମୀ ପ୍ରକଳ୍ପ ଉପରେ ଆଲୋଚନା କରି ଏହାର ଉନ୍ନତିକରଣ, ବିଭିନ୍ନ ସ୍ଥାନରେ ବିଦ୍ୟାଳୟମାନଙ୍କର ମିଶ୍ରଣ, ବିଦ୍ୟୁତ ସରବରାହ କାର୍ଯ୍ୟର ତ୍ୱରାନ୍ନୀତ, ଉନ୍‌ଡୋର ଷ୍ଟାଡିୟମ ଓ ମିନି ଷ୍ଟାଡିୟମର ବର୍ତ୍ତମାନର ସ୍ଥିତି ଓ ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ବ୍ଳକ ଓ ଏନଏସି ଏବଂ ମ୍ୟୁନିସିପାଲିଟିର ବକେୟା କାର୍ଯ୍ୟକୁ ଶେଷ କରିବା, ମୋ ସ୍କୁଲକୁ ଅଭିଯାନକୁ ତ୍ୱରାନ୍ନିତ କରିବା ଉପରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଓଡ଼ଗାଁ ବ୍ଳକ ଓ ଏନଏସିରେ ଚାଲୁ ରହିଥିବା ମିଶନ୍ ଶକ୍ତି, ସ୍ୱାସ୍ଥ୍ୟମିଶନ ଓ ଅନ୍ୟାନ୍ୟ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଓଡ଼ଗାଁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ। ଏତଦବ୍ୟତୀତ ସମବାୟ ସମିତି ଓ ଏହାର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା, ସଂସ୍କୃତି ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲା ଯୋଗାଣ ବିଭାଗ ସର୍ବୋପରି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ବାଣୀଶ୍ରୀ ଓ ମଧୁବାବୁ ଭତ୍ତା ସମ୍ପର୍କରେ ଆଲୋଚନା କରିବା ସହିତ ଛାଷୀଙ୍କ ଠାରୁ ଧାନକ୍ରୟ ଉପରେ ଚାଷୀମାନେ ଯେପରି ଠିକ୍ ରେ ସୁବିଧା ପାଇବେ ତାହା ଉପରେ ଆଲୋଚନା କରିଥିଲେ। ଏଥିସହିତ ଅବକାରୀ ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ପରିବହନ, ଜଙ୍ଗଲ ବିଭାଗ, ଗୃହ ବିଭାଗ ଆଦିର ସମୀକ୍ଷା କରିଥିଲେ। ନୟାଗଡ଼ ଟ୍ରାଫିକ ସମସ୍ୟା ଓ ନୂତନ ବସଷ୍ଟାଣ୍ଡ କାର୍ଯ୍ୟାକାରୀତା ଉପରେ ମନ୍ତ୍ରୀ ଆଲୋଚନା କରିିବା ସହିତ ଲାଗି ରହିଥିବା ସମସ୍ୟା ଓ ତା’ର ସମାଧାନ ଉପରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ।ଏଥିସହିତ ନରେଗା ପାଣ୍ଠିରେ ଆସିଥିବା ସମସ୍ତ ଅର୍ଥ ମାର୍ଚ୍ଚ ୨୦୨୧ ସୁଦ୍ଧା ଶେଷ କରିବାକୁ ନୟାଗଡ଼ ବିଡିଓଙ୍କୁ ପରାମର୍ଶ ଦେଇଥିଲେ। କୃଷିମନ୍ତ୍ରୀ ଡ.ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାପାଳ ଡ.ପୋମା ଟୁଡୁ, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଡିଏଫଓ ଧନରାଜ୍‌ ଏଚଡି, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଓ ଗଚ୍ଚମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.