Home ଓଡ଼ିଶା ନୟାଗଡ଼: କାଳବୈଶାଖୀରେ ଜିଲାରେ ବର୍ଷାର ସ୍ଥିତି

ନୟାଗଡ଼: କାଳବୈଶାଖୀରେ ଜିଲାରେ ବର୍ଷାର ସ୍ଥିତି

138

ନୟାଗଡ଼, ୨୭-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରେ କାଳବୈଶାଖୀ ବର୍ଷାରେ ବହୁ ଫସଲ ନଷ୍ଟ ହେବା ସହିତ ଘରର ଛପର, ଗଛ ଉପୁଜି ପଡ଼ିଛି। ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପରିବା ମାର୍କେଟର ବାଉଁଶ ପାଲଟଣା ଦୋକାନ ଭାଙ୍ଗିଯାଇଛି। ବର୍ଷାରେ କେତେକ ଶୁଖିଲା ନଦୀ ଜଳପୂର୍ଣ୍ଣ ହୋଇ ବହୁମାତ୍ରାରେ ବର୍ଷା ଜଳ ପ୍ରଭାବିତ ହୋଇଛି। ବର୍ଷାରେ ଜିଲାର ଦଶପଲା ବ୍ଳକରେ ସର୍ବାଧିକ ୯୬ ମିମି ବର୍ଷା ହୋଇଥିବାବେଳେ ରଣପୁରରେ ସର୍ବନିମ୍ନ ୦.୪ ମିମି ବର୍ଷା ହୋଇଛି। ସେହିପରି ଓଡ଼ଗାଁ ବ୍ଳକରେ ୧୪.୩.ନୟାଗଡ଼ ବ୍ଳକରେ ୪୦ ମିମି, ଖଣ୍ଡପଡ଼ାରେ ୨୭.୨, ଗଣିଆରେ ୫୧ ମିମି, ନୂଆଗାଁରେ ୪୫ ମିମି ବର୍ଷା ହୋଇଛି। ଅଦିନିଆ ବର୍ଷା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.