Home ଓଡ଼ିଶା ନୟାଗଡ଼ କରୋନା ମୃତ୍ୟୁ ଏବେବି ରହସ୍ୟ ଘେରରେ

ନୟାଗଡ଼ କରୋନା ମୃତ୍ୟୁ ଏବେବି ରହସ୍ୟ ଘେରରେ

162

ନୟାଗଡ଼, ୧୨ା୭ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ କରୋନା ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି। ଆଜିଯାଏଁ ସର୍ବସାଧାରଣରେ ଏ ମୃତ୍ୟୁ ଚିତ୍ର ସ୍ପଷ୍ଟ କରାଯାଇନାହିଁ। ନୟାଗଡ଼ ମ୍ୟୁନିସିପାଲିଟି ଅଂଚଳରେ ଗତ ୧ ତାରିଖରେ ମୃତ୍ୟୁ ହୋଇଥିବା ଔଷଧ ଦୋକାନୀଙ୍କ କରୋନା ଜନିତ ମୃତ୍ୟୁ ଏବେବି କାରଣ ଅସ୍ପଷ୍ଟ ରହିଛି। ବିଭିନ୍ନ ଗଣମାଧ୍ୟମରେ ଔଷଧ ଦୋକାନୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଗତ ୫ତାରିଖରେ ଏହା କରୋନା ଜନିତ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରଦତ୍ତ ଏକ ରିପୋର୍ଟକୁ ଜିଲା ସୂନା ଓ ଲୋକସମ୍ପର୍କ ବିଭାଗର ପ୍ରେସ ହ୍ୱାଟସ୍ଆପ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା। ଯାହାକି ବିଭିନ୍ନ ଗଣମାଧ୍ୟମରେ କରୋନା ମୃତ୍ୟୁ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ମୃତ୍ୟୁର ୧୨ ଦିନ ବିତିଯାଇଥିଲେ ମଧ୍ୟ ଆଜିଯାଏଁ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ରେ କରୋନା ମୃତ୍ୟୁ ତାଲିକାରେ ନୟାଗଡ଼ ଜିଲାରେ କରୋନା ମୃତ୍ୟୁ ବୋଲି ଶୂନ୍ୟ ବୋଲି ପ୍ରଦର୍ଶିତ ହୋଇଛି। ଯାହାକି ସାଧାରଣରେ ଏହାକୁ ନେଇ ନାନା ଦ୍ୱନ୍ଦ୍ୱ ଉପୁଜିଛି। ବିଭିନ୍ନ ଗଣମାଧ୍ୟମରେ ନୟାଗଡ଼ କରୋନା ମୃତ୍ୟୁର ସ୍ପଷ୍ଟତାକୁ ନେଇ ବାରମ୍ବାର ଖବର ପ୍ରକାଇ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପ୍ରଦତ୍ତ ଏକ ଏକ ରିପୋର୍ଟରେ ଡିଆଇପିଆରଓଙ୍କ ମାଧ୍ୟମରେ ଏହା କରୋନା ମୃତ୍ୟୁ ବୋଲି ସୂଚନା ଦିଆଯାଇଥିଲବେଳେ ଆଜିଯାଏଁ କାହିଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ବସାଧାରଣରେ କରୋନା ମୃତ୍ୟୁର ସ୍ପଷ୍ଟତା ପ୍ରକାଶ କରାଯାଉନାହିଁ ତାକୁ ନେଇ ଏବେ ପୁଣି ଦ୍ୱନ୍ଦ୍ୱ ଉପୁଜିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ କରୋନା ମୃତ୍ୟୁ ତାଲିକାରେ ନୟାଗଡ଼ ଏବେବି ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୟାଗଡ଼ କରୋନା ମୃତ୍ୟୁକୁ କାହିଁ ସର୍ବସାଧାରଣରେ ପ୍ରକାଶ କରୁନାହିଁ ଏହି ରହସ୍ୟ ଦିନକୁ ଦିନ ବେଶୀ ଗାଢ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଗତ ଜୁନ୍ ମାସ ୨୦ ତାରିଖରେ ଔଷଧ ଦୋକାନୀ ପ୍ରଥମେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତା’ପରଦିନ ଅର୍ଥାତ ୨୨ ତାରିଖରେ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା। ସ୍ୱାବ୍ ପରୀକ୍ଷାରୁ ତାଙ୍କର କରୋନା ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ଗତ ୧ତାରିଖରେ ଯୁବ ଔଷଧ ଦୋକାନୀ କରୋନାରେ ମୃତ ବୋଲି ଜଣାପଡ଼ିଥିଲା। ଯେହେତୁ ସେ କରୋନା ପଜିଟିଭ୍ ସଂକ୍ରମଣରେ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କର ମୃତ୍ୟୁ ପରେ ଏହା କରୋନା ମୃତ୍ୟୁ ବୋଲି ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା। ଯୁବକଙ୍କ ମୃତ୍ୟୁ ଖବର ମଧ୍ୟ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ତାଙ୍କ ପରିବାରବର୍ଗଙ୍କୁ ଜଣାଇ ଶବଦାହ କରାଯାଇଥିଲା। ନିଜେ ପୌରପରିଷଦ ନିର୍ବାହୀ ଅଧିକାରୀ ମୃତକଙ୍କ ବିଷୟରେ ମୃତକ ପରିବାରବର୍ଗଙ୍କୁ ସୂଚନା ଦେଇଥିଲା। ଏବଂ ତାଙ୍କ ପରିବାରବର୍ଗକୁ ଶବ ହସ୍ତାନ୍ତର କରାନଯାଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶବଦାହ କାର୍ଯ୍ୟ ସମାପନ କରାଯାଇଥିଲା। ଏପରିକି ବିଭିନ୍ନ ଗଣମାଧ୍ୟମରେ ଏସମ୍ପର୍କିତ ଖବର ହଟଚମଟ ସୃଷ୍ଟି କଲାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ରିପୋର୍ଟ ଆଧାରରେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କରୋନା ମୃତ୍ୟୁ ବୋଲି ଜଣାଇ ଦିଆଯାଇଥିଲା। ତେବେ କାହିଁକି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ନୟାଗଡ଼ କରୋନା ମୃତ୍ୟୁକୁ ସ୍ଥାନିତ କରାଯାଇନାହିଁ ତାହା ଏବେବି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.