Home ଓଡ଼ିଶା ନୟାଗଡ଼ ଆହାର କେନ୍ଦ୍ରରେ ମାଗଣା ଖାଦ୍ୟ

ନୟାଗଡ଼ ଆହାର କେନ୍ଦ୍ରରେ ମାଗଣା ଖାଦ୍ୟ

141

ନୟାଗଡ଼, ୨୮-୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : କରୋନା ସଂକ୍ରମଣରେ ସାରା ବିଶ୍ୱ ପେଷି ହୋଇଯାଉଥିବା ପରିପ୍ରେକ୍ଷିରେ ଗରୀବ ମେହନତୀ ମଣିଷ ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। କରୋନା ଭୟରେ ସବୁଠି ହାହାକାର, ଆତଙ୍କର ବାତାବରଣରେ ସ୍ତବ୍ଧ ପାଲଟି ଯାଇଛି ଗାଁ ଠାରୁ ସହର ପର୍ଯ୍ୟନ୍ତ। ନୟାଗଡ଼ ଜିଲାରେ ବି ସବୁଠି କୋକୁଆ ଭୟ। ଏମିତି ସଙ୍କଟ ସମୟରେ ଦୁଃଖିର ଦୁଃଖ ଢେର କାହିଁ ଗୁଣ ବଢିଯାଇଛି। ସରକାର ଗରୀବ ମାନଙ୍କ ପାଇଁ ଦୁଃଖରେ ସାମିଲ ହୋଇ ସାହାର୍ଯ୍ୟ ସହଯୋଗର ହାତ ମଧ୍ୟ ବଢାଇ ଦେଇଛନ୍ତି। ନୟାଗଡ଼ର ଜିଲାବାସୀଙ୍କ ପାଇଁ ନୟାଗଡ଼ ଆହାର କେନ୍ଦ୍ରବି ନିଜର ବଦାନ୍ୟତା ଦେଖାଇଛି। ଜିଲା ଆହାର ସମିତି ଓ ନୟାଗଡ଼ ରୋଟାରୀ କ୍ଳବର ମିଳିତ ସହଯୋଗରେ ଏଭଳି ସଙ୍କଟ ସମୟରେ ଆହାର କେନ୍ଦ୍ରରେ ମାଗଣା ଖାଦ୍ୟର ବ୍ୟବସ୍ଥା କରିଛି। ଉପଭୋକ୍ତମାନେ ଏଠାରେ ମାର୍ଚ୍ଚ ୩୦ରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ମାଗଣାରେ ରନ୍ଧାଖାଦ୍ୟ ଖାଇବେ। ସେମାନଙ୍କୁ ଆଉ ଖାଇବା ପାଇଁ ୫ଟଙ୍କା ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଜିଲାର ବିଭିନ୍ନ ଆହାର କେନ୍ଦ୍ରରେ ୧୪ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା ଉପକୃତ ହେଉଥିବାବେଳେ ଯେଉଁ ନିରାଶ୍ରମ ଅସହାୟ ବୃଦ୍ଧା ବୃଦ୍ଧା ଏଠାକୁ ନଆସି ପାରିବେ ସେମାନଙ୍କ ପାଇଁ ମଧ୍ୟ ଆହାର କେନ୍ଦ୍ର ପକ୍ଷରୁ ଖାଦ୍ୟ ପଠାଇ ଦେବାର ବ୍ୟବସ୍ଥା ହୋଇଥିବା ରୋଟାରୀ କ୍ଳବ ସଭାପତି ମଦନ ମୋହନ ମହାପାତ୍ର ଓ ମୁଖ୍ୟ ସଂଯୋଜକ ପ୍ରମୋଦ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.