Home ଓଡ଼ିଶା ନୟାଗଡ ଜିଲ୍ଲା ଲକ୍‌ଡାଉନ୍ ଘୋଷଣା ରଣପୁରରେ ଦେଖିବାକୁ ମିଳୁଛି କରୋନା ପାଇଁ ମିଶ୍ର ଜନ ସଚେତନତା

ନୟାଗଡ ଜିଲ୍ଲା ଲକ୍‌ଡାଉନ୍ ଘୋଷଣା ରଣପୁରରେ ଦେଖିବାକୁ ମିଳୁଛି କରୋନା ପାଇଁ ମିଶ୍ର ଜନ ସଚେତନତା

325

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୨୩/୦୩-ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣକୁ ନେଇ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ମିଶ୍ର ସଚେତନତା ଦେଖିବାକୁ ମିଳିଛି । କେତେବେଳେ ସମସ୍ତ ଦୋକାନ ଏପରିକି ପାନ, ଚା, ଗୁଟ୍‌ଖା, ହୋଟେଲ୍ ଓ ଫାଷ୍ଟଫୁଡ୍ ଗୁଡିକ ସକାଳୁ ସକାଳୁ ଖୋଲି ବ୍ୟାପାର କରିବା ଫଳରେ ବହୁ ଜନ ସମାଗମ ହେଉଅଛି । କେହି ଅଭିଯୋଗ କଲାପରେ ପ୍ରଶାସନ ଓ ପୋଲିସ୍ ବୁଲି ବୁଲି କିଛି ଘଣ୍ଟା ପାଇଁ ଅତ୍ୟାବଶକୀୟ ଦୋକାନକୁ ଛାଡି ଅନ୍ୟ ଦୋକାନ ଗୁଡିକୁ ବନ୍ଦ କରିଦେଇଛନ୍ତି । ଅପରାହ୍ନରେ ବଜାରରେ ଯଥା ପୁର୍ବ ଏବେବି ସେହିଭଳି ଜନ ସମାଗମ ଦେଖିବାକୁ ମିଳିଛି  ା ରଣପୁରର କେତେକ ଗ୍ରାମ ପଂଚାୟତରେ ଆଇସୋଲେସନ୍ କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ଅନ୍ୟ ରାଜ୍ୟରୁ ଅନ୍ୟ ଦେଶରୁ ଆସୁଥିବା ଲୋକମାନେ ଯାଉନଥିବା ଦେଖିବାକୁ ମିଳିଛି ।

ଷ୍ଟେସନ୍ ପ୍ଲାଟ୍‌ଫର୍ମ ଟିକେଟ୍ ଧରି ଆଉ ମେଡିକାଲକୁ ନଯାଇ ନାମ ପଂଜିକରଣ ନକରି ଘରେ ପରିବାର ସହ ମିଳିମିଶି ରହିବା ସହ ବଜାର ଘାଟରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । କେହି ପ୍ରଶ୍ନ କଲେ କହୁଛନ୍ତି ଆମ ପାଖରେ ପ୍ଲାଟ୍‌ଫର୍ମ ଚେକିଙ୍ଗ ଟିକେଟ୍ ରହିଅଛି । ରଣପୁରରେ ୨୩ ତାରିଖ ଦିନ  ଶତାଧିକ ଲୋକ ରାଜ୍ୟ ବାହାରୁ ଆସି ମେଡିକାଲ ଚେକପ୍ କରିଥିବା ଜଣା ପଡିଛି । ରଣପୁର ଜରୁରୀ କାଳୀନ ଦାୟିତ୍ୱରେ ଥିବା ତହସିଲ୍‌ଦାର ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀ ବିଶେଷ ଭାବରେ ଅନ୍ୟମାନଙ୍କ ଉପରେ ଦାୟିତ୍ୱ ଛାଡି ଚୁପ୍ ଚାପ୍ ବସିଛନ୍ତି । ସାଧାରଣ ଲୋକମାନେ ଜନତା କର୍ଫ୍ୟୁ କଣ ନଜାଣି ମଧ୍ୟ ସମର୍ଥନ ଜଣାଇଥିଲେ । ନୟାଗଡ ଜିଲ୍ଲାପାଳ ସ୍ଥିତି ଦେଖି ନିତୀ ନିର୍ଦ୍ଧାରଣ କରିଥିଲେ ମଧ୍ୟ ରଣପୁର ସ୍ଥିତି ସଙ୍ଗୀନ ରୁପ ନେଇଛି । କରୋନା ଓଡିଶା ଦାୟିତ୍ୱରେ ଥିବା ମୁଖପାତ୍ର ସୁବ୍ରତ୍ ବାଗ୍‌ଚି ପୁର୍ବରୁ ଥିବା ୫ଟି ଜିଲ୍ଲା ଲକ୍ ଡାଉନ୍ ଥିବା ବେଳେ ଆଜି ଅପରାହ୍ନରେ ୧୪ଟି ଜିଲ୍ଲା ଲକ୍ ଡାଉନ୍ ଘୋଷଣା କରିଛନ୍ତି । ସେ ମଧ୍ୟରେ ନୟାଗଡ ଜିଲ୍ଲା
ରହିଅଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସମୟକୁ ଅପେକ୍ଷା ନୟାଗଡ ଜିଲ୍ଲାରେ ଥିବା ରଣପୁର ଉପରେ କେଉଁ ପ୍ରଭାବ ପଡୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.