Home ଅନୁଗୁଳ ନୟାଗଡ଼ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସମ୍ବର୍ଦ୍ଧନା

ନୟାଗଡ଼ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସମ୍ବର୍ଦ୍ଧନା

60

ଭୁବନେଶ୍ୱର, ୨୦/୦୮ (ଓଡ଼ିଆ ପୁଅ) ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା ସଂଗ୍ରାମୀଙ୍କ ଅବଦାନକୁ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ପରିକ୍ରମଣ କରିବା ଲକ୍ଷ୍ୟରେ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ଅନୁଗୋଳ ଏବଂ ନୟାଗଡ଼ ଜିଲ୍ଲାରେ ପହଞ୍ଚିଛି। ପୁରୀ ଜିଲ୍ଲା ପରିକ୍ରମା ପରେ ଆଜି ନିରାକାରପୁରଠାରେ ଜିଲ୍ଲା ପରିଷଦ ସଭାପତି ଇଂଜିନିୟର ଦେବାଶିଷ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ପରିଷଦ ସଭ୍ୟବୃନ୍ଦ ଏବଂ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ଵାଗତ ଜଣାଇଥିଲେ। ‘ଅହିଂସା ରଥ’ ନିରାକାରପୁରରୁ ଚମ୍ପାଗଡ଼, ଚାନ୍ଦପୁର, ଗୋପାଳପୁର, ବଳଭଦ୍ରପୁର, ରଣପୁର ହାଇସ୍କୁଲ, ଗୋଡ଼ିପଡ଼ା ଗ୍ରାମପଞ୍ଚାୟତ ଅଫିସ, ଶରଣକୂଳ ଅଡିଟୋରିୟମ୍, ଓରପଡ଼ା, ଓଡ଼ଗାଁ ଆଦି ସ୍ଥାନ ପରିକ୍ରମା କରିବାବେଳେ ସ୍ଥାନୀୟ ସରପଞ୍ଚ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ପରିଷଦ ସଭ୍ୟବୃନ୍ଦ, ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ଵାଗତ ଜଣାଇଥିଲେ। ଏହିସବୁ ସ୍ଥାନରେ ଭିଡ଼ିଓ ମାଧ୍ୟମରେ ବାଜିରାଉତ, ମହାତ୍ମା ଗାନ୍ଧୀଙ୍କ ବାବଦରେ ପ୍ରଦର୍ଶନ କରିଥିଲେ। ସ୍କୁଲ ପିଲାମାନେ ଦେଶାତ୍ମବୋଧକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପ୍ରଚାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାରିଦ୍ର୍ୟ ଓ ସାମାଜିକ ଅବିଚାରକୁ ମଧ୍ୟ ହିଂସା ଭାବରେ ଅଭିହିତ କରି ଦାରିଦ୍ର୍ୟ ଦୂରୀକରଣ ଏବଂ ଶାନ୍ତି ବଳରେ ସ୍ଵାଧୀନତାର ମୂଲ୍ୟ ଅଧ୍ବକ ପ୍ରତିଷ୍ଠିତ ହେବା ସହିତ ପ୍ରଗତି ହାସଲ କରାଯାଇପାରିବ ବୋଲି ତାଙ୍କ ବାର୍ତ୍ତାରେ କହିଛନ୍ତି।

ଅନୁଗୋଳ ଜିଲ୍ଲାର କିଶୋର ନଗରଠାରେ ବ୍ଲକ୍ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ‘ଅହିଂସା ରଥ’କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ରଥ ହିମିତ୍ର, ଅଙ୍ଗପଡ଼ା, ବାମୁର ଆଦି ସ୍ଥାନ ପରିକ୍ରମା କରିବା ସହ ଗାନ୍ଧିଜୀ, ବାଜିରାଉତ, ଉତ୍କଳମଣି ଗୋପବନ୍ଧୁଙ୍କ ସମ୍ବନ୍ଧରେ ପ୍ରଦର୍ଶନ କରାଯିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.