ନୂଆଦିଲ୍ଲୀ: କେନ୍ଦ୍ର ସରକାର ନେହେରୁ ମେମୋରିୟଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ପୁନର୍ଗଠନ କରିଛନ୍ତି।ଏଥିରେ ସଦସ୍ୟ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ ଏବଂ କର୍ଣ୍ଣ ସିଂହଙ୍କୁ ହଟାଇ ଦିଆଯାଇଛି।ନେହେରୁ ମେମୋରିୟଲ ସୋସାଇଟିରେ ଏବେ ଆଉ କୌଣସି କଂଗ୍ରେସ ନେତା ନାହାଁନ୍ତି।ଗୃହମନ୍ତ୍ରୀ ଅମିତ ଶାହା, ଗୀତିକାର ପ୍ରଶୁନ ଯୋଶୀ, ପତ୍ରକାର ରଜତ ଶର୍ମା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଲେଖକ କିଶୋର ମକବାନା ଏବେ ନୂଆ ସଦସ୍ୟ ହୋଇଛନ୍ତି।-ଦେବଦତ୍ତ ରଥ