Home ଜିଲ୍ଲା ପରିକ୍ରମା ନେତାଜୀ ଜୟନ୍ତୀ ଉପଲକ୍ଷେ ଗୋପାଳକୃଷ୍ଣ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ନେତାଜୀ ଜୟନ୍ତୀ ଉପଲକ୍ଷେ ଗୋପାଳକୃଷ୍ଣ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

26

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମହାନ୍ ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀ, ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଗୋପାଳକୃଷ୍ଣ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋପାଳକୃଷ୍ଣ ମହାପାତ୍ର ଫାଉଣ୍ଡେସନର ଆବାହକ ସାଇପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଯୋଡିହୋଇ “ନେତାଜୀ ଏକ ଚେତନା” ଆହ୍ୱାନ ଦେଇ ମହତାବ ଛକ ନିକଟରୁ ଭଦ୍ରକ ସହର ପରିକ୍ରମା କରାଯାଇଥିଲା । ଏହି ଜୟନ୍ତୀ ଅବସରରେ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ଯୁବକ-ଯୁବତୀ ରକ୍ତଦାନ କରିଥିଲେ । ଏହି ପଦଯାତ୍ରାରେ ସହରର ବହୁ ଜନସାଧାରଣ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.