Home ଜିଲ୍ଲା ପରିକ୍ରମା ନୂତନ ଜିଲ୍ଲା ଶିକ୍ଷାଧିକାରୀ ଓ ପଦୋନ୍ନତ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ନୂତନ ଜିଲ୍ଲା ଶିକ୍ଷାଧିକାରୀ ଓ ପଦୋନ୍ନତ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

67

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ପେନ୍‌ସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ଭଦ୍ରକ ଶାଖା ଆନୁକୂଲ୍ୟରେ ଏନ୍‌.ପି.ଏସ୍‌, ବର୍ଗରୁ ପଦୋନନ୍ନତି ପାଇଥିବା ପ୍ରଧାନ ଶିକ୍ଷକଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସଂଘ କାର୍ଯ୍ୟାଳୟରେ ସଭାପତି ଜିତେନ୍ଦ୍ର କୁମାର ନାୟକଙ୍କ ପୌରୋହିତ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭରୂପେ ରାଜ୍ୟସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ଆଏଚ, କେନ୍ଦୁଝର ଜିଲ୍ଲା ଶିକ୍ଷକ ନେତା ମୃତ୍ୟୁଞ୍ଜୟ ପଲାଇ ଓ ଯାଜପୁର ଜିଲ୍ଲାର ଶିକ୍ଷକ ନେତା ରାଜେନ୍ଦ୍ର ଶତପଥି ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ଶିକ୍ଷକମାନଙ୍କ ସମସ୍ୟା, ରାଜ୍ୟର ଶିକ୍ଷାନୀତି ଏବଂ କୋବିଡ଼୍ ସମୟରେ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଘର ଏଭଳି ପଦକ୍ଷେପକୁ ଅତିଥିମାନେ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି କହିଥିଲେ । ଏହି ଅବସରରେ ୧୪ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ରାଜ୍ୟ ନେତୃମଣ୍ଡଳୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ସାଧାରଣ ସମ୍ପାଦକ ପ୍ରକାଶ କୁମାର ଜେନା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଗଦାଧର ନାୟକ ବେଦପାଠ କରିଥିଲେ । ପ୍ରିୟଦର୍ଶୀ କୁଅଁର ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାକୁ ଜିତେନ୍ଦ୍ର କୁମାର ସାହୁ, ନିତ୍ୟାନନ୍ଦ ମଲ୍ଲିକ, ଡମ୍ବରୁଧର ବାରିକ, ପୂର୍ଣ୍ଣଚନ୍ଦ୍ର ବରାଳ, ଶେଖର ଚନ୍ଦ୍ର ଯେନା, ରାଧାମାଧବ ବାରିକ, ବିଶ୍ୱରଂଜନ ଦାଶ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକାରୀ ସଭାପତି ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଆରମ୍ଭ ପୂର୍ବରୁ ସମସ୍ତ କର୍ମକର୍ତ୍ତାମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.