Home ଜିଲ୍ଲା ପରିକ୍ରମା ନୂତନ କୁଆଁସ ସେତୁ କାମ ବନ୍ଦ କରିବା ମହଙ୍ଗା ପଡିଲା ଠିକାଦାରଙ୍କୁ, ୪ ମାସ ମଧ୍ୟରେ...

ନୂତନ କୁଆଁସ ସେତୁ କାମ ବନ୍ଦ କରିବା ମହଙ୍ଗା ପଡିଲା ଠିକାଦାରଙ୍କୁ, ୪ ମାସ ମଧ୍ୟରେ କାମ ସାରିବାକୁ ବିଭାଗୀୟ ପ୍ରତିଶ୍ରୁତି

165

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟାରେ ଭଦ୍ରକ ସହରର ନିର୍ମାଣାଧୀନ କୁଆଁସ ସେତୁର ବିଳମ୍ବ ନେଇ ସ୍ଥାନୀୟ ଗ୍ରାମବାସୀ ଟେଣ୍ଡର ନେଇଥିବା ଠିକାଦାର ଶଶିକାନ୍ତ ଜେନାଙ୍କୁ ଘେରାଓ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ସଂପୃକ୍ତ ଗ୍ରାମବାସୀ ଶ୍ରୀ ଜେନାଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନପାଇ ତାଙ୍କୁ ତାଙ୍କ ନିଜ ଗାଡିରେ ନଦୀ ଅପରପାଶ୍ୱର୍ରେ ଥିବା କୁଆଁସ ଗ୍ରାମକୁ ନେବା ପରେ ଖବର ପାଇ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଏସ୍‌ଡିଓ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଷୟ ଆଲୋଚନା କରିଥିଲେ । ବିଶେଷକରି ପୂର୍ବରୁ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ଅନୁଦାନରେ ନିର୍ମିତ ପୁରାତନ ସେତୁଟିକୁ ନୂତନ ଭାବେ ଶିଳାନ୍ୟାସ ହୋଇଥିବା ସେତୁର ନିର୍ମାଣ ପୂର୍ବରୁ ଭାଙ୍ଗିଦେବା ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ସାଳନ୍ଦୀ ନଦୀର ଅପରପାଶ୍ୱର୍ରେ ଥିବା ପୁରୁଣାବଜାର ଓ ଚନ୍ଦନବଜାର ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଆସୁଛନ୍ତି । ଏପରିକି ସମସ୍ତ ସରକାରୀ କାର୍ଯ୍ୟାଳୟ , ଡାକ୍ତରଖାନା ଓ ସ୍କୁଲ-କଲେଜ ଗୁଡିକ ନଦୀର ଅପର ପାଶ୍ୱର୍ରେ ଥିବାରୁ କୌଣସି ଆପ୍ରୋଚ ରୋଡ୍ ନିର୍ମାଣ ନକରି ଭଲ ଥିବା ପୁରୁଣା ସେତୁଟିକୁ ଭାଙ୍ଗିଦେବା ଫଳରେ ଛାତ୍ରଛାତ୍ରୀ, ରୋଗୀ ଓ ସ୍ଥାନୀୟ ଜନସାଧାରଣ ପ୍ରାୟ ୨/୩ କିମି ବୁଲି ନିଜ ଗ୍ରାମକୁ ଯିବାଆସିବା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ କୁଆଁସ ଗ୍ରାମବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ୨୦୦୨ ମସିହାରେ ଭଦ୍ରକ ସହର ଦେଇ ପ୍ରବାହିତ ସାଳନ୍ଦୀ ନଦୀ ର କୁଆଁସ ଠାରେ ଅର୍ଜ୍ଜୁନ ସେତୁ ର ଶୁଭ ଉଦଘାଟନ କରାଯାଇଥିଲା ।

ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଥିବା ବେଳେ ତତକାଳିନ ଭଦ୍ରକ ସାଂସଦ ତଥା ପୂର୍ବତନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଅଜ୍ଜୁନ ସେଠୀଙ୍କ କରକମଳରେ ଏହି ସେତୁର ଶୁଭ ଉଦଘାଟନ ହୋଇଥିଲା । କୁହାଯାଇଥିଲା ତ୍‌ତକାଳିନ ସାଂସଦ ଅଜ୍‌ୁର୍ନ ସେଠୀଙ୍କ ଅନୁଦାନରେ ଏହି ସେତୁ ନିର୍ମାଣ କରାଯାଇଥିବାରୁ ସେତୁର ନାମ ଅଜ୍‌ୁର୍ନ ସେତୁ ରଖାଯାଇଥିଲା । ତେବେ ଏହି ସେତୁ ସଂପୂର୍ଣ୍ଣ ଅକ୍ଷତ ରହି ପୂର୍ଣ୍ଣ ଚଳନକ୍ଷମ ରହିଥିବା ବେଳେ ହଠାତ ଏହି ସେତୁ ଉପରେ ଗତ ୨୦୨୧ ମାର୍ଚ୍ଚ ୨୫ ତାରିଖ ଦିନ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଉପସ୍ଥିତିରେ ସାଂସଦ ମଂଜୁଲତା ମଣ୍ଡଳ ଅନ୍ୟଏକ ନୂଆ ସେତୁ ନିର୍ମାଣର ଶିଳାନ୍ୟାସ କରିଥିଲେ । ପ୍ରାୟ ୬୮ ମିଟର ଲମ୍ଭ ବିଶିଷ୍ଟ ଏହି ନବନିର୍ମିତ ସେତୁର ବ୍ୟୟ ଅଟକଳ ପ୍ରାୟ ୬ କୋଟି ୪ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଆଗାମୀ ବର୍ଷକ ମଧ୍ୟରେ ଏହି ସେତୁ ନିର୍ମାଣ ସଂପୁର୍ଣ୍ଣ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିବାବେଳେ ଟେଣ୍ଡର ନେଇଥିବା ଠିକାଦାର ଶ୍ରୀ ଜେନା ପୁରୁଣା ସେତୁଟିକୁ ସେହି ମାର୍ଚ୍ଚ ମାସ ୨୮ ତାରିଖରୁ ଭାଙ୍ଗି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂତନ ସେତୁର ଆଖି ଦୃଶିଆ କାର୍ଯ୍ୟ କରିନାହାଁନ୍ତି । ଠିକ୍ ଏତିକିବେଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଗତକାଲି ଭଦ୍ରକ ଗସ୍ତରେ ଆସି ଜିଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୁଆଁସ ପୋଲ ଭଂଗାର ଆବଶ୍ୟକତା ନଥିଲା ବୋଲି ମନ୍ତବ୍ୟ ଦେବା ସ୍ଥାନୀୟ ଲୋକଙ୍କ ରୋଷାଗ୍ନିରେ ଘିଅ ପଡିବା ସଦୃଶ ହୋଇଥିଲା । ଫଳରେ ସ୍ଥାନୀୟ ଲୋକେ ଏଭଳି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଆଜି ଠିକାଦାର ଶ୍ରୀ ଜେନାଙ୍କୁ ଦେଖି ନିଜର ସମସ୍ତ ରୋଷ ଢାଳି ଦେଇଥିଲେ । ତେବେ ଶ୍ରୀ ଜେନା ଏହି ପୋଲର ନିର୍ମାଣ କାର୍ଯ୍ୟ ୯ ମାସ ଧରି ନହେବା ପଛରେ ପୁରୁଣା ସେତୁର ତ୍ରୁଟିପୂର୍ଣ୍ଣ ଡ୍ରଇଂର ଲାଇନ୍‌କୁ କାରଣ ବୋଲି ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ତାହା ସୁଧାରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ । ମାତ୍ର ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଏକପ୍ରକାର ହାଇଜାକ୍ କରି ନିଜ ଗ୍ରାମକୁ ନେବାପରେ ଏସ୍‌ଡିଓ ଓ ନିର୍ବାହୀ ଯନ୍ତ୍ରୀଙ୍କ ହସ୍ତକ୍ଷେପରେ ତାହା ପ୍ରଶମିତ ହୋଇଛି । ତେବେ ନିର୍ବାହୀ ଯନ୍ତ୍ରୀ ଆସନ୍ତାକାଲି ଠାରୁ ନୂତନ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ତାହା ସାଢେ ପାଞ୍ଚ ମାସ ମଧ୍ୟରେ ଶେଷ ହେବା ସହ ଆପ୍ରୋଚ ରୋଡ୍‌ଟି ସାଇଡ୍ ସିଲେକ୍ସନ ପରେ ତିଆରି ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.