Home ଜିଲ୍ଲା ପରିକ୍ରମା ନୂତନ ଅତିରିକ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଅତିରିକ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

25

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀମତୀ ସାଗରିକା ସାହୁ ଆଜି ଭଦ୍ରକ ତହସିଲରେ ଅତିରିକ୍ତ ତହସିଲଦାର ଭାବେ ନୂଆ ଦାୟିତ୍ୱ ବହନ କରିଛନ୍ତି । ପୂର୍ବରୁ ସେ ମାଲକାନାଗିରି ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଦୀର୍ଘ ଦୁଇବର୍ଷ ଧରି ବିବାଦ ଘେରରେ ଥିବା ଭଦ୍ରକ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ଙ୍କ ଠାରୁ ଆଜି ନୂଆ ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହା ଦାୟିତ୍ୱ ନେଇଛନ୍ତି । ଶ୍ରୀ ସାହା ଏହାପୂର୍ବରୁ ରେମୁଣା ଏନଏସିର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ଶ୍ରୀ ରାଉତଙ୍କୁ ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ଭଦ୍ରକ ତହସିଲ ଓ ପୌର କର୍ମଚାରୀଙ୍କ ପକ୍ଷରୁ ନୂଆ ଅତିରିକ୍ତ ତହସିଲଦାର ଶ୍ରୀମତୀ ସାହୁ ଓ ନିର୍ବାହୀ ଅଧିକାରୀ ଶ୍ରୀ ସାହାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.