ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଂରାଜୀ ନୂଆବର୍ଷ ପାଳନରେ ରୋକ ଲଗାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ଛଅଟା ଯାଏ ରାତ୍ରୀକାଳୀନ କର୍ଫୁ ଘୋଷଣା କରାଯାଇଛି । ଭଣ୍ଡାରିପୋଖରୀ ପୁଲିସ ଜନସାଧାରଣଙ୍କ ଅବଗତ ନିମନ୍ତେ ଡାକବାଜି ଯନ୍ତ୍ର ଯୋଗେ ଦିନତମାମ ଏହାର ପ୍ରଚାର କରିଛି । ରାତ୍ର ୧୦ଟା ପରେ କେହି ଘରୁ ବାହାରିବାକୁ ଭୋଜି ଭାତ କିମ୍ବା ଉତ୍ସବ ନକରିବାକୁ ଚେତାଇ ଦିଆଯାଇ ଆଇନ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦିଆଯାଇଛି ।