Home ଜିଲ୍ଲା ପରିକ୍ରମା ନୂଆପାଟଣାରେ ଲକ୍ଷ୍ମୀନାରାୟଣଙ୍କ ପୂଜା ମହା ସମାରୋହରେ ପାଳିତ, ଠାକୁରଙ୍କ କଳସ ଆଗରେ ମାନସିକଧାରୀ କଲେ ଛେରା...

ନୂଆପାଟଣାରେ ଲକ୍ଷ୍ମୀନାରାୟଣଙ୍କ ପୂଜା ମହା ସମାରୋହରେ ପାଳିତ, ଠାକୁରଙ୍କ କଳସ ଆଗରେ ମାନସିକଧାରୀ କଲେ ଛେରା ପହଁରା

30

ଭଦ୍ରକ, ୨୮ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧୀନ ନୂଆପଟଣା ଗ୍ରାମରେ ଲକ୍ଷ୍ମୀନାରାୟଣଙ୍କ ୧୦୨ତମ ବାର୍ଷିକ ପୂଜା ମହା ସମାରୋହରେ ଅନୁଷ୍ଠି ହେଉଛି । ଏହି ପୂଜା ୭ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି । କୁମାରପୂର୍ଣ୍ଣମୀ ତିଥିରେ ଠାକରୁଙ୍କର କଳସ ବୁଡ଼ା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜୀଉଙ୍କ ବିଜେ କଳସ ଆଗରେ ୫ଶହରୁ ଅଧିକ ମାନସିକଧାରୀ ମହିଳା ଓ ପୁରୁଷ ଭକ୍ତମାନେ ଛେରାପହଁରା କରିଥିଲେ । ଏଥିସହ ସହସ୍ରାଧିକ ଭକ୍ତ ପରମ୍ପରା ଅନୁସାରେ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣଙ୍କ ନିକଟରେ ନେତ୍ରପଣା ଭୋଗ ଲଗାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ୧୯୨୨ ମସିହାଠାରୁ ଏହି ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ ହୋଇ ଆସୁଅଛି । ସକାଳ ୧୦ଟା ସମୟରେ ପ୍ରଭୁଙ୍କ କଳ ମନ୍ଦିରରୁ ବାହାରି ସିନ୍ଦୋଳ ଶାସନ, କମାରିଆ ଗ୍ରାମ ଏକ ଶୋଭାଯାତ୍ରାରେ ପରିକ୍ରମା କରିବା ପରେ ମାନପଣ୍ଡା ପୋଖରୀରେ କଳସ ବୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ମାନସିକଧାରୀମାନେ ଛେରାପହଁରା କରି ପ୍ରଭୁଙ୍କ ବିଜେ କଳସକୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

କମିଟିର ସଭାପତି କାଳନ୍ଦି ଦାସ, ସମ୍ପାଦକ କପିଳେନ୍ଦ୍ର ବାରିକ, ଭ୍ରମର ବର ଦାସ, ପ୍ରଦୀପ ଦାସ, ସୁଧାକର ଯେନା, ରାଧାଶ୍ୟାମ ଦାସ, ସନାତନ ବାରିକ, ଜଗବନ୍ଧୁ ବାରିକ୍‌, ନନ୍ଦକିଶୋର ବାରିକ, ସନ୍ତୋଷ ବେହେରା, ପୂର୍ଣ୍ଣଚନ୍ଦ୍ର ପରିଡା, କାଳନ୍ଦି ବାରିକ, କୈଳାସ ବାରିକ, ନନ୍ଦକିଶୋର ବାରିକ, ରତ୍ନାକର ଦାସ, କପିଳେନ୍ଦ୍ର ପରିଡା, ରମେଶ ଦତ୍ତ, ଶଙ୍କର୍ଷଣ ଯେନା, ରବିନ୍ଦ୍ର ପାଣି, ରତିକାନ୍ତ ବାରିକ, ପ୍ରତାପ ଲେଙ୍କା, ଭଜଗୋବିନ୍ଦ ବାରିକ ଓ ମନୋରଞ୍ଜନ ଜେନା ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ଜୀଉଙ୍କ ପୂଜା ୧୦୨ ବର୍ଷରେ ପଦାପର୍ଣ କରିଛି । ଏହି ଅବସରରେ କମିଟି ଶତବାର୍ଷିକ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଶତବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.