Home ଓଡ଼ିଶା ନୂଆଦିଲ୍ଲୀ ଜୁହାର ପରିବାରର ଇ-‘ନୂଆଁଖାଇ ପରବ୍’ରେ କେନ୍ଦ୍ରମନ୍ତ୍ରୀ : କରୋନାକୁ ଅଣଦେଖା ନକରି ଅଧିକ ସତର୍କ...

ନୂଆଦିଲ୍ଲୀ ଜୁହାର ପରିବାରର ଇ-‘ନୂଆଁଖାଇ ପରବ୍’ରେ କେନ୍ଦ୍ରମନ୍ତ୍ରୀ : କରୋନାକୁ ଅଣଦେଖା ନକରି ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

134

– କରୋନାର ଅପ୍ରଚାର ଠାରୁ ଦୂରେଇ ରହିବାକୁ ପରାମର୍ଶ
– ଆଇସିଏମଆରର କରୋନା ସମ୍ପର୍କିତ ପ୍ରୋଟୋକଲକୁ ପାଳନ କରିବା ପାଇଁ ପରାମର୍ଶ
– କରୋନା ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୩ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ଜୁହାର୍ ପରିବାର ଦ୍ୱାରା ରବିବାର ଆୟୋଜିତ ଇ- ‘ନୂଆଁଖାଇ ପରବ୍’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କରୋନାକୁ ଅଣଦେଖା ନକରି ଅଧିକ ସତର୍କ ରହିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ବର୍ତ୍ତମାନ କରୋନା ମହାମାରୀ ଦ୍ୱାରା ଓଡିଶା ସମେତ ସାରାଦେଶ ପ୍ରଭାବିତ ହୋଇଛି। ତେବେ ଏହି ମହାମାରୀକୁ ବେଖାତିର ନକରି ଲୋକମାନେ ଲକ୍ଷଣ ଦେଖୁଥିଲେ କୋଭିଡ୍ ଟେଷ୍ଟିଂ ସେଌକ୍ଷଗ୍ଧ;ରରେ ପରୀକ୍ଷା କରେଇନେବାର ଆବଶ୍ୟକତା ରହିଛି। କରୋନାର ଅପ୍ରଚାର ଠାରୁ ଦୂରେଇ ରହିବା ସହ ଆଇସିଏମଆରର କରୋନା ସମ୍ପର୍କିତ ପ୍ରୋଟୋକଲକୁ ସମସ୍ତେ ପାଳନ କରିବା ଦରକାର।

କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ହାତ ଧୋଇବା, ଡାକ୍ତରଙ୍କ ପରାମର୍ଶ ନେବା, କରୋନା ଲକ୍ଷଣ ଥିଲେ ପରୀକ୍ଷା କରାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଜୁହାର୍ ଭଳି ଅନେକ ସାମାଜିକ ସଂଗଠନକୁ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ।

ଆଜିର ମୂଳ ବିଷୟ ହେଉଛି ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବାର ଓ କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବାର। ଗୋଟିଏ ସାମାଜିକ ସଂଗଠନର ଦାୟିତ୍ୱ କେବଳ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବାର ନୁହେଁ ବରଂ ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି।

କୃଷିଭିତ୍ତିକ, ସାମାଜିକ ତଥା ସାଂସ୍କୃତିକ ଗଣପର୍ବ ହେଉଛି ନୂଆଁଖାଇ। ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି ହେବା, ସ୍ଥାନୀୟ ଜୀବନଜୀବିକାକୁ ବଢ଼ାଇବା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ଓ ଆତ୍ମନିର୍ଭର ହେବା ସହ ନୂଆ କଳ୍ପନା ଓ ନୂଆ ବିଚାରକୁ ନେଇ ଆଗକୁ ବଢ଼ିବାର ମହାନ୍ ଏବଂ ଅନନ୍ୟ ପରମ୍ପରା ନୂଆଁଖାଇ ବୋଲି ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.