Home ଜିଲ୍ଲା ପରିକ୍ରମା ନୂଆଗାଁ ପଞ୍ଚାୟତ ସ୍ତରୀୟ ମହାସଂଘର ମହାଦୁର୍ନୀତି, ଜିପିଏଲ୍‌ଏଫର ସଂପାଦିକା, ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ପ୍ରତି...

ନୂଆଗାଁ ପଞ୍ଚାୟତ ସ୍ତରୀୟ ମହାସଂଘର ମହାଦୁର୍ନୀତି, ଜିପିଏଲ୍‌ଏଫର ସଂପାଦିକା, ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି

43

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଅଧୀନସ୍ଥ ନୂଆଗାଁ ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ଅଧୀନରେ ଥିବା ବିଭିନ୍ନ ଏସଏଚ୍‌ଜି ଗ୍ରୁପ୍‌ର ପୂରଣ ହୋଇଥିବା ଗ୍ରେଡେସନ ଫର୍ମାଟ ଓ ବିଲ୍ ଭାଉଚରରେ ସଭାନେତ୍ରୀଙ୍କ ବଦଳରେ ଜିପିଏଲ୍‌ଏଫର ସଂପାଦିକା ସାବିତ୍ରୀ ମଙ୍ଗୁଆଳ ଚଂଚକତା କରି ସଭାନେତ୍ରୀଙ୍କ ଜାଲ ଦସ୍ତଖତ କରୁଥିବାରୁ ତାଙ୍କ ପଦବୀରୁ ବହିଷ୍କାର କରିବା, ଜନ୍ତୁଆଳି ଆଞ୍ଚଳିକ ମଂଚ-୧ ଅଧୀନରେ ଥିବା ମା’ ବୈଷ୍ଣବୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏନଆରଏଲ୍‌ଏମ୍ ପୋଟାର୍ଲରେ ନଥିବାବେଳେ ତଞ୍ଚକତା ଭାବେ ସାବିତ୍ରୀ ମଙ୍ଗୁଆଳ ମା’ ବୈଷ୍ଣବ ସ୍ୱୟଂ ସହାୟିକା ଗୋଷ୍ଠୀରୁ ପ୍ରଥମେ ଇସି ଭାବେ ସିଏଲ୍‌ଏଫକୁ ଯାଇ ସେଥିରୁ ଜିପିଏଲ୍‌ଏଫ ମାଧ୍ୟମରେ ସଂପାଦିକା ପଦ ହାତେଇଥିବାରୁ ଏଭଳି ବେଆଇନ୍ କାର୍ଯ୍ୟର ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ନୂଆଗାଁ ଆଞ୍ଚଳିକ ମଂଚ ଅଧୀନ ରାଧାକୃଷ୍ଣ ଏସଏଚ୍‌ଜିରୁ ୭୦ ହଜାର ଟଙ୍କା ଇସି ସଭ୍ୟା ସରସ୍ୱତୀ ବାରିକ ଆତ୍ମସାତ୍ କରିଥିବାବେଳେ ତାଙ୍କୁ କୋଷାଧ୍ୟକ୍ଷା ଭାବେ ସଂପାଦିକା ସାବିତ୍ରୀ ମଙ୍ଗୁଆଳ ତଞ୍ଚକତା କରି ନିଯୁକ୍ତି ପ୍ରଦାନର ବିଧିବଦ୍ଧ ତଦନ୍ତ, ବିନା ରିଜୋଲ୍ୟୁସନରେ ସରପଞ୍ଚ ସୁନିତା ମହାପାତ୍ର ଓ ସରପଞ୍ଚଙ୍କ ସ୍ୱାମୀ ସୁଶାନ୍ତ ମହାପାତ୍ର ମିଳିତ ଭାବେ ମିଶନ ଶକ୍ତି କାର୍ଯ୍ୟାଳୟ ମଧ୍ୟରେ ସିସିଟିଭି କ୍ୟାମେରା ଲଗାଇ ସରପଞ୍ଚଙ୍କ ଚାମ୍ବରରେ ହାର୍ଡଡିସ୍କ ରଖି ସୁଶାନ୍ତ ମହାପାତ୍ର ମହିଳାମାନଙ୍କ ଆପତ୍ତି ଜନକ ଛବି ଉତ୍ତୋଳନ ଘଟଣାର ତଦନ୍ତ ଦାୟିତ୍ୱ ସାଇବର ପୁଲିସ୍‌ଙ୍କୁ ଦିଆଯାଇ ସରପଞ୍ଚ ସୁନିତା ମହାପାତ୍ରଙ୍କୁ ନିଲମ୍ବନ କରିବା, ସିଆଇଏଫ୍ ଲୋନ୍ ଓ ବ୍ଲକ୍ ଲୋନ୍ କରାଇଦେବା ସମୟରେ ସଂପାଦିକା ସାବିତ୍ରୀ ମଙ୍ଗୁଆଳ ଏସଏଚଜି ମାନଙ୍କ ଠାରୁ ଯଥାକ୍ରମେ ହଜାରେରୁ ଦେଢ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବାରୁ ତାର ତଦନ୍ତ, ଜିପିଏଲ୍‌ଏଫ ଅଧୀନରେ ଥିବା ୨୨ଟି ଏସଏଚଜିର ରିଜୋଲ୍ୟୁସନ ରେଜିଷ୍ଟାର, କେଶ୍‌ବୁକ୍‌କୁ ବେଆଇନ୍ ଭାବେ ଗ୍ରୁପ୍‌ର ସଭାନେତ୍ରୀ ଓ ସଂପାଦିକାଙ୍କ ଠାରୁ ନେଇ ପଞ୍ଚାୟତସ୍ତରୀୟ ମହାସଂଘ କାର୍ଯ୍ୟାଳୟରେ ରଖି ପୂର୍ବରୁ ଲାଞ୍ଚ ଓ ଦୁର୍ନୀତି ଅଭିଯୋଗରେ ବହିଷ୍କୃତ ପୂର୍ବତନ ସଭାନେତ୍ରୀ ଓ ସଂପାଦିକା ଓ ଏମ୍‌ବିକେଙ୍କୁ ତଥ୍ୟ ଦେଇ କାଗଜପତ୍ରକୁ ଟେମ୍ପୋରିଂ କରୁଥିବାବେଳେ ଗ୍ରୁପ୍‌ର ସଭ୍ୟମାନେ ତାକୁ ଜବତ କରିଥିବାରୁ ଉକ୍ତ ଘଟଣାର ତଦନ୍ତ ସହ ସାବିତ୍ରୀ ମଙ୍ଗୁଆଳଙ୍କ ଦୁର୍ବ୍ୟବହାର ଘଟଣାରେ ତାଙ୍କ ସହ କୋଷାଧ୍ୟକ୍ଷା ସରସ୍ୱତୀ ବାରିକ ଓ ସଭାନେତ୍ରୀ ଗୀତା ମୁଣ୍ଡାଙ୍କୁ ବହିଷ୍କାର କରିବା ପାଇଁ ଗ୍ରାମପଞ୍ଚାୟତସ୍ତରୀୟ ରିଜୋଲ୍ୟୁସନକୁ ଗ୍ରହଣ କରିବା ପାଇଁ ସୁପାରିଶ କରାଯିବା ଦାବିରେ ଆଜି ନୂଆଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ପକ୍ଷରୁ ଜୟନ୍ତୀ ସେଠୀ, ପଦ୍ମିନୀ ସାହୁ ଓ ବହୁ ସଦସ୍ୟା ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏବଂ ଏହି ଘଟଣାର କୌଣସି ସମାଧାନ ନହେଲେ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଆବଶ୍ୟକ ହେଲେ ୫-ଟି ଅଧ୍ୟକ୍ଷଙ୍କୁ ଭେଟିବାର ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.