Home ଜିଲ୍ଲା ପରିକ୍ରମା ନୁହାସ ଉଜ୍ୱଳା ତରଫରୁ ଏକ ଅନାଥ ଝିଅର ବିବାହ

ନୁହାସ ଉଜ୍ୱଳା ତରଫରୁ ଏକ ଅନାଥ ଝିଅର ବିବାହ

42

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୁହାସ (ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ) ତରଫରୁ ଭଦ୍ରକ ଏରେଇ ଠାରେ ପରିଚାଳିତ ନୁହାସ ଉଜ୍ଜଳା ଗୃହରେ ଜଣେ ଅନାଥ ଝିଅ ଉତ୍କଳିକା ପୁହାଣର ବିବାହ ଉତ୍ସବ ସମ୍ପୂର୍ଣ୍ଣ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦୀକ୍ଷିତଙ୍କ ତତ୍ୱାବଧାନରେ ଉଷାରାଣି ବେହେରା, ହରେକୃଷ୍ଣ ବେହେରା, ଗୌରାଙ୍ଗ ମହାରଣା, ସଂଯୁକ୍ତା ମହାନ୍ତି, ଜୟସ୍ମିତା ଦାସଙ୍କ ଉଦ୍ୟମ କ୍ରମେ ଏହା ସଂଗଠିତ ହୋଇଛି, ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ବୈସିଙ୍ଗା ଥାନା ଅନ୍ତର୍ଗତ ବିଜିପୁର ଗ୍ରାମର ଲକ୍ଷ୍ମଣ ବିନ୍ଧାଣିଙ୍କ ପୁଅ ଜୟକୃଷ୍ଣ ବିନ୍ଧାଣିଙ୍କ ସହିତ ବୈଦିକ ରୀତିରେ ଶୁଭ ବିବାହ ସମ୍ପୂର୍ଣ୍ଣ ହୋଇଛି । ଝିଅଟି ସମ୍ପୂର୍ଣ୍ଣ ଭାବେ ମୁକ ବଧିର ଅଟେ । ଉକ୍ତ ବିବାହରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରୋତ୍ସାହନ ଓ ଶୁଭେଚ୍ଛାରେ ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇପାରିଛି ଏବଂ ତାଙ୍କ ନିର୍ଦ୍ଦେଶରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ, ରଶ୍ମିଲତା ନାଏକ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଚେୟାରମ୍ୟାନ ଦେବରାଜ ପାଣିଗ୍ରାହୀ ଓ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ ନୁହାସ ଉଜ୍ଜଳା ପୁନଃ ଥଇଥାନ କେନ୍ଦ୍ରରେ ସମାପନ ହୋଇ ଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.