ଖଡିଆଳ/ନୂଆପଡା-୦୩.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଶ୍ୟାମକୁଂଜ ଳଜ୍ ସଭାଗୃହ ପରିସରରେ ନୁଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସଭାପତି ଶୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ୨୦୧୯ ସାଧାରଣ ନିର୍ବାଚ୍ଚନ ରେ ଖଡିଆଳ ବିଧାନସଭା ମଣ୍ଡଳୀ ରେ କଂଗ୍ରେସ ଦଳ ରୁ ବିଧାୟକ ଭାବରେ ନିର୍ବାଚ୍ଚିତ ହୋଇଥିବା ଅଧିରାଜ ପାଣିଗ୍ରାହୀ ଙ୍କୁ ସ୍ୱାଗତ ସହିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନବନିର୍ବାଚିତ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ବର୍ତମାନ ଖଡିଆଳ ଅଂଚଳରେ ଦେଖାଦେଇଥିବା ଶିକ୍ଷାର ଅବନତି, ସରକାରୀ ହସପିଟାଲରେ ଡକ୍ତର ସମସ୍ୟା, ବିଜୁଲିର ଉତ୍କଟ ସମସ୍ୟା, ସ୍ୱଛ ପାନୀୟ ଜଳର ଉତ୍କଟ ସମସ୍ୟା, ରାସ୍ତା ସହିତ ଗମନାଗମ ପ୍ରଭୁତି ସମସ୍ୟା କୁ ପ୍ରାଥମିକା ଦେବି ବୋଲି ବୈଠକରେ ସାମ୍ବାଦିକ ମାନଙ୍କୁ ପ୍ରତିଶ୍ରିତି ଦେଇଥିଲେ। ବୈଠକରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ରୁଦ୍ରରାଜ ବାଗ ମଂଚ ପରିଚାଳନା କରିଥିବା ବେଲେ ବରିଷ୍ଠ ସାମ୍ବାଦିକ ତଥା ଆଇନଜିବୀ ବିଶ୍ୱଜିତ ପାଢୀ, ଟିକେଶ୍ୱର ନାଗ, ଅତୁଲ୍ୟ କୁମାର ସେଠୀ, ଅଜିତ ଯୋଷୀ, କ୍ଷିତେଶ୍ୱର ଦୁରିଆ, ହେରାମ୍ବ ମେହେର, ସାଧୁରାମ ପୋଡ ସମେତ ଅନାନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ରୁଦ୍ରରାଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।






