Home ଜିଲ୍ଲା ପରିକ୍ରମା ନିଶା ନିବାରଣ ସଚେତନତା ସଭା

ନିଶା ନିବାରଣ ସଚେତନତା ସଭା

29

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପରିପୁର ପ୍ରଭାକରମହାନ୍ତି ଉଚ୍ଚବିଦ୍ୟାପୀଠରେ ନିଶା ନିବାରଣ ସଚେତନତା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ପୁରୁଷୋତ୍ତମ ଧଳଙ୍କ ସଭାପତିତ୍ୱରେ ଶୁକ୍ରବାର ଅନୁଷ୍ଠିତ ଏହି ସଭାରେ ପୁଲିସ ସବ୍‌ଇନିସପେକ୍ଟର ସ୍ନେହପ୍ରଭା ସାହୁ ମୁଖ୍ୟଅତିଥି, ସର୍ବୋଦୟମଣ୍ଡଳ ଭଦ୍ରକ ଶାଖା ସଭାପତି ଅମର ପାଣିଗ୍ରାହୀ, ଉପସଭାପତି ନାରାୟଣ ଚନ୍ଦ୍ର ପାଢୀ, ସମାଜସେବୀ ଜଗନ୍ନାଥ ନାୟକ, ଘନଶ୍ୟାମ ସ୍ୱାଇଁ, ପୁଲିସ କର୍ମଚାରୀ ସୁଦାମ ଚରଣ ମଲ୍ଲିକ, ଶିକ୍ଷକ ଯତୀନ୍ଦ୍ର ସ୍ୱାଇଁ, କେଶବ ସାହୁ, ବିଶ୍ୱନାଥ ନାୟକ, ଅର୍ଚ୍ଚନା ଦାସ, ମଧୁସୂଦନ ବେହେରା, ସଞ୍ଜୟ ପାତ୍ର, ମଧୁସ୍ମୀତା ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଶାସେବନର କୁପରିଣତି, ନିଶାଗ୍ରସ୍ତ ବ୍ୟକ୍ତିର ସାମାଜିକ ସ୍ଥିତି, ପାରିବାରିକ ଜୀବନର ଦୁର୍ବିସହତା ଆଦି ସମ୍ପର୍କରେ ଉଦାହରଣ ସହ ସଚେତନତା ବକ୍ତବ୍ୟ ପ୍ରଦାନ କରିଥିଲେ । ନାରାୟଣ ଚନ୍ଦ୍ର ପୋଥାଳ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷକ ଶେଖର ସୂତାର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.