Home ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ସପ୍ତାହ ଉଦ୍‌ଘାଟିତ : ଶ୍ରମିକମାନଙ୍କ ହକ୍ ପାଇଁ କାମ କରୁଛି ଏବଂ...

ନିର୍ମାଣ ଶ୍ରମିକ କଲ୍ୟାଣ ସପ୍ତାହ ଉଦ୍‌ଘାଟିତ : ଶ୍ରମିକମାନଙ୍କ ହକ୍ ପାଇଁ କାମ କରୁଛି ଏବଂ କରିଚାଲିବି – ମୁଖ୍ୟମନ୍ତ୍ରୀ

97

ଭୁବନେଶ୍ୱର ୨-୩ (ଓଡ଼ିଆ ପୁଅ) ଶ୍ରମିକମାନଙ୍କ ହକ୍ ପାଇଁ ମୁଁ କାମ କରୁଛି ଏବଂ କରିଚାଲିବି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ସ୍ଥାନୀୟ ସ୍ବାଧିନତା ସଂଗ୍ରାମୀ ପଡ଼ିଆରେ ଶ୍ରମିକ ଏବଂ ଇଏସ୍‌ଆଇ ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ ସପ୍ତାହ ପାଳନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା। ଦେଶ ପାଇଁ ସେମାନଙ୍କ ତ୍ୟାଗ ଅତୁଳନୀୟ। ତେଣୁ ସେମାନଙ୍କ ସାମାଜିକ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପ୍ରାୟ ୩୦ ଲକ୍ଷ ଶ୍ରମିକ ପଞ୍ଜିକୃତ ହେଇଥିବା ବେଳେ ସେମାନଙ୍କ କଲ୍ୟାଣ ପାଇଁ ୧୫୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଦିଆଯାଇଛି। ବାଇଶ ହଜାର ଶ୍ରମିକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ ଜଣ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ରାଶି ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ଏବଂ ଶ୍ରମ ନିର୍ଦ୍ଦେଶକ ଶ୍ରୀ ନାୟକ ପ୍ରମୁଖ ଉବୋଧନ ଦେଇ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.