ଖୋର୍ଦ୍ଧା: ଲକ୍ ଡାଉନ୍ ଘୋଷଣା ଭିତରେ ସମସ୍ତେ ଏବେ ଘରେ ରହୁଥିବା ଭିତରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଘରେ ଥିବା ଜଣେ ଯୁବକ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣଙ୍କ ପଦ୍ମପୁର ନିକଟସ୍ଥ ନିରାକାରପୁର ନନପଡ଼ା ଅଞ୍ଚଳର ଅଜାତି ବେହେରାଙ୍କ ୩୫ ବର୍ଷର ପୁଅ ଅଭିମନ୍ୟୁ ବେହେରା (ବିପୁ)। ଚିକିତ୍ସା ପାଇଁ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିମନ୍ୟୁ ଜଣେ ମିସ୍ତ୍ରୀ ଭାବରେ କାମ କରୁଥିଲେ। /-ଦେବଦତ୍ତ